ସୋନପୁର: ଏକ ଟାଟା ମ୍ୟାଜିକ ଗାଡ଼ିରେ ରେଢ଼ାଖୋଲ ଅଞ୍ଚଳର କିଛି ବ୍ୟକ୍ତି ବଲାଙ୍ଗୀର ଅଞ୍ଚଳକୁ ବରଯାତ୍ରୀ ଯାଇଥିଲେ। ସେମାନେ ବଲାଙ୍ଗୀର ପଟରୁ ଫେରୁଥିବା ବେଳେ ସୋନପୁର-ବଲାଙ୍ଗୀର ଜାତୀୟ ରାଜପଥ ଖମ୍ବେଶ୍ୱରୀପାଲି ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଥିଲା ଫଳରେ ଗାଡ଼ିରେ ଥିବା ଜଣେ ଶିଶୁ ସମେତ ୭ ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି।
ଗଛରେ ପିଟିହେଲା ଟାଟା ମ୍ୟାଜିକ: ୭ ଆହତ, ଡାକ୍ତରଖାନାରେ ଭର୍ତ୍ତି
/sambad/media/post_attachments/wp-content/uploads/2023/04/63fcbff5-512b-4f44-8f45-a008ea51e932.jpg)