ଉଲୁଣ୍ଡା: ଉଲୁଣ୍ଡା-ସମ୍ବଲପୁର ରାସ୍ତାର ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ଏସ୍. ପତ୍ରାପାଲିସ୍ଥିତ ବନ ବିଭାଗ ଅଫିସ ନିକଟରେ ବୁଧବାର ଏକ ଟ୍ରକ୍ ଓ ତେଲ ବୋଝେଇ ଟ୍ୟାଙ୍କର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁଘର୍ଟଣା ଏତେ ଜୋର ଥିଲା ଯେ, ଉଭୟ ଗାଡ଼ି ଜଳି ଯାଇଛି। ଫଳରେ ଟ୍ୟାଙ୍କର ଚାଳକ କମଳେଶ ସିଂହ (୫୦) ପୋଡ଼ିଯାଇ ପ୍ରାଣ ହରାଇଛନ୍ତି। ମୃତ କମଳେଶଙ୍କ ବିହାର ରାଜ୍ୟର ବୋଲି ଜଣାପଡ଼ିଛି। ଟ୍ୟାଙ୍କରର ହେଲପର ଧୀରେନ ନାୟକଙ୍କ ଶରୀରର ଅଧିକାଂଶ ଅଂଶ ପୋଡ଼ି ଯାଇଛି।
ବୁଧବାର ଦିନ ୧ଟା ୨୦ରେ ଉଲୁଣ୍ଡା ପଟୁ ଉକ୍ତ ଟ୍ରକ୍ ସମ୍ବଲପୁର ପଟକୁ ଯାଉଥିଲା। ସମ୍ବଲପୁର ପଟରୁ ଟ୍ୟାଙ୍କରଟି ୧୦ ହଜାର ଲିଟର ପେଟ୍ରୋଲ ଓ ୧୦ ହଜାର ଲିଟର ଡିଜେଲ ବୋଝେଇ କରି ବଲାଙ୍ଗୀରକୁ ଯାଉଥିଲା। ଏସ୍. ପତ୍ରାପାଲିଠାରେ ଉଭୟ ଗାଡ଼ି ମଧ୍ୟରେ ଧକ୍କା ହୋଇଥିଲା। ନିକଟସ୍ଥ ପୋଖରୀରେ ଗାଧୋଉଥିବା ଲୋକେ ଧୀରେନଙ୍କୁ ଉଦ୍ଧାର କରି ପୁଲିସକୁ ଜଣାଇଥିଲେ। ଆମ୍ବୁଲାନ୍ସ ଯୋଗେ ଗୁରୁତର ଧୀରେନଙ୍କୁ ବୁର୍ଲା ପଠା ଯାଇଥିଲା। ଟ୍ରକର ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଟ୍ରକ୍ଟି ବିଶିପଡ଼ାର ବୋଲି ସୂଚନା ମିଳିଛି। ଖବର ପାଇ ଦୁର୍ଘଟଣାସ୍ଥଳକୁ ଉଲୁଣ୍ଡା ଓ ଧମାରୁ ଦମକଳ ଗାଡ଼ି ଆସି ନିଆଁକୁ ଆୟତ୍ତ କରିଥିଲେ। ଏସ୍ପି ଦେବୀପ୍ରସାଦ ଦାସ ଏବଂ ଏସଡିପିଓ ଧୀରଜ ଚୋପଦାର ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ଶବ ବ୍ୟବେଚ୍ଛଦ ପାଇଁ ସୋସନପୁର ଡାକ୍ତରଖାନା ପଠାଯାଇଥିଲା।
ଦୁର୍ଘଟଣା ନେଲା ୪ ଜୀବନ ଧକ୍କା ପରେ ଜଳିଗଲା ଟ୍ୟାଙ୍କର ଓ ଟ୍ରକ, ଜଣେ ମୃତ
/sambad/media/post_attachments/wp-content/uploads/2018/10/nuapda.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)