ସୁବର୍ଣ୍ଣପୁର: ୨୬ତମ ଅମରପାଲି କ୍ରିକେଟର ଉଦ୍‌ଘାଟନୀ ମ୍ୟାଚ୍‌ରେ ବହଲପଦର-ବଡ଼କିରାସିରା ବିଜୟୀ

ବୀରମହାରାଜପୁର: ଫ୍ରେଣ୍ଡସ୍‌ କ୍ଲବ ଓ ଜେମସ୍‌ଷ୍ଟାର କ୍ଲବ ଦ୍ୱାରା ଆୟୋଜିତ ୨୬ତମ ଅମରପାଲି କ୍ରିକେଟ କପ୍‌ରେ ଶୁକ୍ରବାର ବହଲପଦର ଏବଂ ବଡ଼କିରାସିରା ବିଜୟୀ ହୋଇଛନ୍ତି। ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ବ୍ଲକ୍‌ର ଅମରପାଲିସ୍ଥିତ ଭଗବାନ ସାହୁ ଗ୍ରାଉଣ୍ଡରେ ଆରମ୍ଭ ହୋଇଥିବା ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ ଲୁତୁରପଙ୍କ ଓ ଗୌଡ଼ଗାଡ଼ ମଧ୍ୟରେ ଖେଳାଯାଇଥିଲା। ଏଥିରେ ଗୌଡ଼ଗାଡ଼ ପ୍ରଥମ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭରରେ ୮ ଓ୍ଵିକେଟ ହରାଇ ୪୬ ରନ କରିଥିଲା। ଜବାବରେ ଲୁତୁରପଙ୍କ ୩ ଓଭରରେ କୌଣସି ଓ୍ଵିକେଟ ନହରାଇ ଆବଶ୍ୟକ ରନ ହାସଲ କରିଥିଲା।

ଟୁର୍ଣ୍ଣମେଣ୍ଟରେ ଆଜି (ଫେବ୍ରୁଆରି ୮ର ମ୍ୟାଚ)

୨ୟ ମ୍ୟାଚ: ବହଲପଦର ବନାମ ରେଙ୍ଗାଲି: ବହଲପଦର ୯ ଓ୍ଵିକେଟରେ ବିଜୟୀ
୩ୟ ମ୍ୟାଚ: ଗୁଦ୍‌ଗୁଦା ବନାମ ବଡ଼କିରାସିରା: ବଡ଼କିରାସିରା ୫ ଓ୍ଵିକେଟରେ ବିଜୟୀ
୪ର୍ଥ ମ୍ୟାଚ: ଲୁତୁରପଙ୍କ ବାନାମ ବଡ଼କିରାସିରା: ବଡକିରାସିରା ୧୫ ରନ୍‌ରେ ବିଜୟୀ

ସମାରୋହ ଟୁର୍ଣ୍ଣାମେଣ୍ଟର ସଂପାଦକ ବରୁଣ କୁମାର ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବହଲପଦର ସରପଂଚ ଚନ୍ଦ୍ରକାନ୍ତି ଦନ୍ତା ମୁଖ୍ୟ ଅତିଥି ଏବଂ ସ୍ଥାନୀୟ ସମିତି ସଭ୍ୟ ପୀତାମ୍ବର ସାହୁ, ଅମରପାଲି ହାଇସ୍କୁଲର ପ୍ରଧାନଶିକ୍ଷକ ଉମେଶ ଚନ୍ଦ୍ର ପଣ୍ଡା ଓ କନ୍ଦର୍ପ ସେଠୀ ସମ୍ମାନୀତ ଅତିଥି ଥିଲେ।

ସମ୍ବନ୍ଧିତ ଖବର