ଏପିଆର କନେଷ୍ଟବଳଙ୍କୁ ମାଡ଼:ଉଭୟ ପକ୍ଷରୁ ଥାନାରେ ମାମଲା

ସୋନପୁର: ସୋନପୁରରେ ଶୁକ୍ରବାର ଜଣେ ଏପିଆର କନେଷ୍ଟବଲଙ୍କୁ କିଛି ଯୁବକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ସେହିପରି କିଛି ପୁଲିସ କର୍ମଚାରୀ ଅଭିଯୁକ୍ତଙ୍କ ଘରକୁ ଆସି ପରିବାର ସଦସ୍ୟଙ୍କୁ ମାରପିଟ କରିବା ନେଇ ଉଭୟ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ହୋଇଛି।
ପ୍ରକାଶ ଯେ, ଆଜି ଦିନ ୩ଟା ବେଳେ ଏପିଆର କନେଷ୍ଟବଳ ଉମେଶ ମହାଲିଙ୍ଗ ଏବଂ ରଞ୍ଜନ ମଲ୍ଲିକ ଉଭୟ ଉମେଶଙ୍କ ଭାଇଙ୍କୁ ବାଇକରେ ବସଷ୍ଟାଣ୍ଡକୁ ଛାଡ଼ିବା‌କୁ ଆସିଥିଲେ। ବସଷ୍ଟାଣ୍ଡରେ ବାଇକ ରଖି ଠିଆ ହୋଇଥିବା ବେଳେ ସୋନପୁର କଳିଙ୍ଗନଗରର ଷଷ୍ଠି ବାଘ ଏବଂ ଅନ୍ୟ ୨ ଜଣ ଏକ ସ୍କୁଟିରେ ଆସି ସେମାନଙ୍କ ବାଇକକୁ ବାଡେଇ ଦେଇଥିଲେ। ଏହାକୁ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ବଚସା ହୋଇଥିଲା। ଏହି ଖବର ପାଇ କଳିଙ୍ଗନଗରର ଅନ୍ୟ କିଛି ଯୁବକ ମଧ୍ୟ ସେଠାରେ ପହଞ୍ଚି ଥିଲେ। ଏହା ପରେ ପ୍ରାୟ ୮ ଜଣ ବ୍ୟକ୍ତି ଏପିଆର କନେଷ୍ଟବଲ ଉମେଶଙ୍କୁ ମାଡ଼ ମାରିଥିଲେ। ଏହି ଘଟଣାକୁ ନେଇ ଉମେଶ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅନ୍ୟ ପଟରେ ଷଷ୍ଠିଙ୍କ ଭାଇ ହେମନ୍ତ ମଧ୍ୟ ଥାନାରେ ପାଲଟା ଅଭିଯୋଗ କରିଛନ୍ତି। କିଛି ପୁଲିସ କର୍ମଚାରୀ ତାଙ୍କ ଘରକୁ ଆସି ମାଡ଼ପିଟ କରିବା ସହିତ ଆଶାଳୀନ ବ୍ୟବହାର ପ୍ରଦର୍ଶନ କରିଥିବା ସେ ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ଏନେଇ ପୃଥକ ପୃଥକ ୨ଟି ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ କରୁଥିବା ଆଇଆଇସି ଚନ୍ଦ୍ରମୋହନ ସିଂହ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର