ସୋନପୁର : କେନ୍ଦ୍ର ସରକାରଙ୍କ ନୂତନ ଶ୍ରମିକ, କୃଷକ ନୀତିକୁ ଜନ ବିରୋଧୀ ଦର୍ଶାଇ ବଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଥିଲା। ସୁବର୍ଣ୍ଣପୁର ଜିଲ୍ଲା ଟ୍ରେଡ ୟୁନିୟନ ସମନ୍ବୟ ସମିତି ପକ୍ଷରୁ ସୋନପୁରରେ ବନ୍ଦ ପାଳନ କରାଯାଇଥିଲା। ବିଭିନ୍ନ ଶ୍ରମିକ ସଂଗଠନର କର୍ମକର୍ତ୍ତାମାନେ ପିକେଟିଂ କରିଥିଲେ। ଫଳରେ ଯାନବାହନ ଚଳାଚଳ, ବ୍ୟବସାୟିକ ପ୍ରତିଷ୍ଠାନ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ଆଦି ପ୍ରତିଷ୍ଠାନ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ଏଥିରେ ଶ୍ରମିକ ନେତା ଗୋବିନ୍ଦ ମହାରଣା, ଜିଲ୍ଲା କଂ‌ଗ୍ରେସ ସଭାପତି ଗୌରୀଶ୍ୟାମ ପଣ୍ଡା, କର୍ଣ୍ଣରାଜ ପ୍ରଧାନ, ସୋନପୁର ନଗର କଂଗ୍ରେସ ସଭାପତି ସୁଧୀର ପଣ୍ଡା, କୁଶ ମହାକୁଡ଼, ନିମାଇଁ ପାଣିଗ୍ରାହୀ, ରାଜେଶ ମିଶ୍ର, ତରଣୀ ବାରିକ, ମହମ୍ମଦ ଇମ୍ରାନ, ସଚ୍ଚିଦାନନ୍ଦ ସାହୁ, ଲକ୍ଷ୍ମଣ ସୁନା, ବରୁଣ ସୁନା, ସରୋଜ ତାଣ୍ଡି, ରମେଶ ବାଘ, ପାଣ୍ଡବ ବାଘ, ଛବିଳ ବାଘ ପ୍ରମୁଖ ସାମିଲଥିଲେ। ସୋନପୁରରେ ଏହି ବନ୍ଦ ସଫଳ ହୋଇଥିବା ବେଳେ ଜିଲ୍ଲାର ଅନ୍ୟାନ୍ୟ ଅଞ୍ଚଳରେ ଏହା ପ୍ରଭାବ ଶୂନ୍ୟ ଥିଲା।