ବିଜୁବାବୁଙ୍କ ଚିତ୍ର ଥିବା ସମ୍ବଲପୁରୀ ବସ୍ତ୍ର ବୁଣିଲେ ବାନ୍ଧ କଳାକାର ପଞ୍ଚାନନ, ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଦେବେ ଉପହାର

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କେନ୍ଦୁପାଲି ଗ୍ରାମ ସମ୍ବଲପୁରୀ ବସ୍ତ୍ର ଯଥା ଶାଢ଼ୀ , ପାଟଶାଢ଼ୀ,ବମକେଇଶାଢୀ ତଥା ଅନ୍ୟାନ୍ୟ ସୁତା ଓ ପାଟ ସୁତାରେ  ବିଭିନ୍ନ ପ୍ରକାରର  ଠାରୁ କାର୍ଯ୍ୟ କରି ବେଶ ପ୍ରଶଂସିତ ସୋଇଛନ୍ତି ଏହି ଗ୍ରାମର ବାନ୍ଧ ଓ ବୁଣାକାର । ନିକଟରେ ହିନ୍ଦୀ ଚଳଚ୍ଚିତ୍ର ଜଗତର ପ୍ରଖ୍ୟାତ ଅଭିନେତ୍ରୀ ବିଦ୍ୟାବାଲାନ୍ ଶ୍ରୀଗଣିତ ପାଟଶାଢ଼ୀ ପିନ୍ଧି ଚର୍ଚ୍ଚାର ପରିସରକୁ ଆସିଥିଲେ । ଏହି ଶାଢ଼ୀର ଗ୍ରାଫିକ୍ସ ଏହି କେନ୍ଦୁପାଲି ଗ୍ରାମର ବୃନ୍ଦାବନ ମେହେର କରିଥିବା ବେଳେ ବାନ୍ଧ କାମ କରିଥିଲେ ଗଙ୍ଗାଧର ମେହେର । ଏବେ ପୁଣି ଏହି ଗ୍ରାମର ବିଶିଷ୍ଟ ବାନ୍ଧଶିଳ୍ପୀ ଓ ବୁଣାକାର ପଞ୍ଚାନନ ମେହେର ଚର୍ଚ୍ଚାକୁ ଆସିଛନ୍ତି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୱ।ଲହେଙ୍ଗିଙ୍ଗ (ପରଦା) ନିର୍ମାଣ କରି ।

ପଞ୍ଚାନନ ମେହେର ଆମ ପ୍ରତିନିଧିଙ୍କୁ ଏକ ସାକ୍ଷାତକାରରେ କହିଛନ୍ତି, ଯେତେବେଳେ ପ୍ରାୟ ଆଠମାସ ପୂର୍ବରୁ କରୋନା ପାଇଁ ସରକାର ଲକ୍ ଡାଉନ ଘୋଷଣା କଲେ ବୁଣାକାର ମାନଙ୍କ ମୁଣ୍ଡରେ ଚଡ଼କ ପଡ଼ିଥିଲା । ସୁତା ମିଳିଲା ନାହିଁ କି ଯାହା ଫଳରେ ଲୁଗା ବୁଣିବା ସମ୍ଭବ ହୋଇ ପାରୁନଥିଲା । ଏପରିକି ଯାହା ଲୁଗା ବା ବାନ୍ଧ ବାନ୍ଧି ରଖିଥିଲୁ ତାହ। ମଧ୍ୟ ଆଜି ପର୍ଯ୍ୟନ୍ତ ବିକ୍ରି ହୋଇପାରୁନାହିଁ । ଏଭଳି ସମୟରେ କିଛି ନୁଆ ଜିନିଷ କରିବାର ଚିନ୍ତା କରି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଏକ ଫଟୋଚିତ୍ରକୁ ଦେଖି ପ୍ରଥମେ ଏକ ଗ୍ରାପ୍ କାଟି ତାକୁ ପାଟସୁତାରେ ବାନ୍ଧିବା ସହ ଆଠୋଟି ରଙ୍ଗରେ ରଙ୍ଗ କରି  ବୁଣିବା ଆରମ୍ଭ କଲେ ।

ଏହି କାମ କରିବାକୁ ପ୍ରାୟ ଛଅ ମାସ ଲାଗିଥିଲା । ତାଙ୍କର କହିବା କଥା ତାଙ୍କ ବଡପୁଅ କଲେଜ ରେ ପାଠ ପଢୁଥିଲା । ଲକଡାଉନ୍ ଯୋଗୁଁ ପାଠପଢ଼ାର ବନ୍ଦ ରହିଛି । ଏଣୁ ପରିବାର ସମସ୍ତେ ମିଶି ବିଜୁବାବୁଙ୍କ ଏକ ଓ୍ଲାଲହେଙ୍ଗିଙ୍ଗ କରିବା ପାଇଁ ସହମତି ହେଲାପରେ ଏହି କାର୍ଯ୍ୟ  ହାତକୁ ନେଇଥିଲୁ ଛଅ ମାସର ପରିଶ୍ରମ କରିଥିଲୁ ସମସ୍ତ ପରିବାର, ମୋ ସ୍ତ୍ରୀ ଭାରତୀ, ଦୁଇ ପୁଅ ଗଣେଶ, ମିଲନ ଓ ଝିଅ ରଚନା। ସମସ୍ତଙ୍କ ପରିଶ୍ରମ ପରେ ଆଜି ଏହି କାମ କରିବାରେ ସଫଳ ହୋଇଛୁ । ଏଥିରେ ବ୍ୟବସାୟିକ ଲାଭ ହେଲାନାହିଁ ।  ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଏଭଳି ଏକ ୱ।ଲହେଙ୍ଗିଙ୍ଗ କରିଥିବାରୁ ଆମ ପରିବାର ଖୁସି ବୋଲି କହିଛନ୍ତି । ଏବଂ ଏହି ୱ।ଲହେଙ୍ଗିଙ୍ଗକୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସୁପୁତ୍ର ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସ ଯାଇ ଉପହାର ସ୍ବରୂପ ପ୍ରଦାନ କରିବି ବୋଲି କହିଛନ୍ତି ବାନ୍ଧଶିଳ୍ପୀ ପଞ୍ଚାନନ  । ଏଥିପାଇଁ ଦିପାବଳୀ ପରଦିନ ଭୁବନେଶ୍ୱର ଯିବି ବୋଲି ସେ କହିଛନ୍ତି । ତେବେ ମନରେ ଆସଙ୍କା ରହିଛି ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଭଳି ଭାବରେ ଭେଟି ପାରିବେ ଓ ତାଙ୍କୁ ଏହି ଉପହାର ପ୍ରଦାନ କରିବେ  ।

ସମ୍ବନ୍ଧିତ ଖବର