ଡୁଙ୍ଗୁରିପାଲି: ଶୁକ୍ରବାର ସନ୍ଧ୍ୟାରେ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଅଞ୍ଚଳରେ ଦୁଇଟି ପୃଥକ ବାଇକ ଦୁର୍ଘଟଣାରେ ୪ ଜଣ ଗୁରୁତର ଆହତ ହୋଇ ଡୁଙ୍ଗୁରିପାଲି ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ ପରେ ବୁର୍ଲା ଡାକ୍ତରଖାନାକୁ ପଠା ଯାଇଥିବା ଜଣାଯାଇଛି। ସମରଜୁବା ଗ୍ରାମର ହରିବୋଲ ବରିହା(୬୫) ଓ ନିରଞ୍ଜନ ବରିହା(୪୦) ଏକ ବାଇକରେ ଡୁଙ୍ଗୁରିପାଲି ଥାନା ଲଛିପୁର ଫାଣ୍ଡି ଅନ୍ତର୍ଗତ ରାୟପାଲିକୁ ଝିଅ ଦେଖି ଯାଇଥିଲେ। ବରପାଲି-ରାମପୁର ରାସ୍ତା ଶଙ୍କରଟିକ୍ରା ଠାରେ ଏକ ଅଜଣା ବାଇକ ଆରୋହୀ ଉଭୟଙ୍କୁ ପଛ ପଟୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। ହରିବୋଲ ବରିହାଙ୍କ ଡାହାଣ ଗୋଡ଼ ଛିଣ୍ଡି ଯାଇଥିବା ବେଳେ ନିରଞ୍ଜନ ମଧ୍ୟ ଗୁରୁତର ଆହତ ହୋଇଥିଲେ। ରାମପୁର ଅଗ୍ନିଶମ କର୍ମଚାରୀ ଆହତ ଦ୍ୱୟଙ୍କୁ ଡୁଙ୍ଗୁରିପାଲି ଡାକ୍ତରଖାନାକୁ ଆଣି ପ୍ରାଥମିକ ଚିକିତ୍ସା କରିଥିବା ପ୍ରକାଶ। ସେହିପରି ଅପରାହ୍ନରେ ରାମପୁର ଥାନା ବାଙ୍କିପାଲି ଗ୍ରାମର ସହଦେବ ପଧାନ ଓ ପ୍ରହଲ୍ଳାଦ ନାୟକ ରୋତ ବଜାରକୁ ଗାଈ କିଣି ଯାଇଥିବା ବେଳେ ଭାରସାମ୍ୟ ହରାଇ କେନାଲକୁ ଖସି ପଡ଼ିଥିଲେ। ଉଭୟେ ଗୁରୁତର ଆହତ ହୋଇ ଡୁଙ୍ଗୁରିପାଲି ଡାକ୍ତରଖାନାରେ ଚିକିତ୍ସିତ ହୋଇଥିବା ଜଣାଯାଇଛି।
ବାଇକ ଦୁର୍ଘଟଣାରେ ୪ ଗୁରୁତର
/sambad/media/post_attachments/wp-content/uploads/2018/01/acci-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)