ବାଇକ୍‌ ଦୁର୍ଘଟଣାଗ୍ରସ୍ତ:ବେସରକାରୀ ସୁରକ୍ଷା କର୍ମୀ ମୃତ, ଏଏସଆଇ ଗୁରୁତର

ସୋନପୁର: ସୋନପୁର- ବଲାଙ୍ଗୀର ଜାତୀୟ ରାଜପଥ ସିଆଲଝୁଲି ରହେନଟିକିରା ଠାରେ ଗୁରୁବାର ରାତିରେ ଏକ ବାଇକ୍‌ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଜଣେ ବେସରକାରୀ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ସହିତ ଥିବା ଜଣେ ପୁଲିସ ଏଏସଆଇ ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ବଲାଙ୍ଗୀରରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପାଇଁ ସମ୍ବଲପୁର ଅଇଁଠାପାଲି ଥାନାର ଏଏସଆଇ ଫକିର ମୋହନ କିଷାନଙ୍କୁ ଡ୍ୟୁଟି ପଡିଥିଲା। ଆଜି ଶ୍ରୀ କିଷାନ ଡ୍ୟୁଟିରେ ଯୋଗ ଦେବା ପାଇଁ ବାଇକ (ଓଆର ୧୫ ଏଚ୍‌ ୩୭୯୩)ରେ ସମ୍ବଲପୁରରୁ ବଲାଙ୍ଗୀର ବାହାରିଥିଲେ। ତାଙ୍କ ସାଙ୍ଗରେ ଜଣେ ବେସରକାରୀ ସୁରକ୍ଷା କର୍ମୀ ମଧ୍ୟ ଆସିଥିଲେ। ମୃତ ବେସରକାରୀ ସୁରକ୍ଷା କର୍ମୀ ଜଣଙ୍କ ବାଇକ୍‌ ଚଲାଉଥଲେ ଏବଂ ରାତି ପ୍ରାୟ ୯ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଗୁରୁତର ଆହତ ଅବସ୍ଥାରେ ଉଭୟଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସୁରକ୍ଷା କର୍ମୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ସୁରକ୍ଷା କର୍ମୀ ପ୍ରଧାନ ବାବୁ ବୋଲି ଆହତ ଏଏସଆଇ ଜଣଙ୍କ କହୁଥିବା ବେଳେ ତାଙ୍କର ନାମ କହିପାରି ନାହାନ୍ତି।

ସମ୍ବନ୍ଧିତ ଖବର