ଗ୍ରାହକ ସେବା କେନ୍ଦ୍ର ନାଁରେ ଗ୍ରାହକମାନଙ୍କ ଟଙ୍କା ଆତ୍ମସାତ ଅଭିଯୋଗ: ବିନିକା ଶାଖା ପରିଚାଳକଙ୍କୁ ଦାବିପତ୍ର

ବିନିକା: ଗ୍ରାହକମାନଙ୍କୁ ସୁବିଧା ପାଇଁ ସରକାର ଗ୍ରାହକ ଜନସେବା କେନ୍ଦ୍ର ମାଧ୍ୟମରେ ବିଭିନ୍ନ ବ୍ୟାଙ୍କର ବ୍ୟବସ୍ଥା କରିଛନ୍ତି। ହେଲେ ଗ୍ରାହକ ସେବା କେନ୍ଦ୍ର ନାଁରେ ଆସିଛି ଗ୍ରାହକମାନଙ୍କ ଟଙ୍କା ଆତ୍ମସାତ ଭଳି ସାଂଘାତିକ ଅଭିଯୋଗ। ସୁବର୍ଣ୍ଣପୁର ଜିଲ୍ଲା ବିନିକା ସିନ୍ଦୁରପୁର ମଡେଲ ଗ୍ରାହକ ସେବା କେନ୍ଦ୍ରରେ ଗ୍ରାହକଙ୍କ ଲକ୍ଷାଧିକ ଟଙ୍କା ଆତ୍ମସାତ କରିଥିବା ମଡେଲ ଗ୍ରାହକ ସେବା କେନ୍ଦ୍ର ନାଁରେ ଆସିଛି ସାଂଘାତିକ ଅଭିଯୋଗ। ଗ୍ରାହକଙ୍କ ଟଙ୍କା ହଡ଼ପ କରିଛନ୍ତି ଗ୍ରାହକ ସେବା କେନ୍ଦ୍ରର ପରିଚାଳକ।

ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ବାଙ୍କିଘିର୍ଡ଼ି ପଞ୍ଚାୟତ ଅରିଗାଁର ଚିକିଂ ମେଲ୍ଲି (ସିନ୍ଦୁରପୁର ସିଏସସି ଜମାଖାତା ନମ୍ବର- ୩୫୦୩୭୫୨୯୯୩୧) ଏବଂ ଭୂମିସୁତା ବାଘ ସିନ୍ଦୁରପୁର (ସିଏସପି ଖାତା ନମ୍ବର- ୩୬୨୩୫୧୨୩୫୪୩)  ଠକେଇର ଶିକାର ହେଇଥିବା ଅଭିଯୋଗ ନେଇ ବିନିକା ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ପ୍ରେମରାଜ ସିଙ୍ଗମୁଣ୍ଡାଙ୍କ ପାଖରେ ଲିଖିତ ଅଭିଯୋଗ କରିଛନ୍ତି । ସେମାନଙ୍କ ଅଭିଯୋଗ ପତ୍ରରେ ଗ୍ରାହକଙ୍କ ଚିଙ୍କି ମେଲ୍ଲିଙ୍କ ଖାତାରେ ୨୮ ହଜାର ଟଙ୍କ ଗ୍ରୁପ ଲୋନର ଟଙ୍କା ଜମା ହୋଇଥିଲା ସେଥିରୁ ଗତ ଏପ୍ରିଲ୍ ୫ ତାରିଖ ଦିନ ୧୦ ହଜାର ଟଙ୍କା ଉଠାଇଥିଲେ। ପରଦିନ ୬ ତାରିଖ ଦିନ ଟଙ୍କା ଉଠାଣ କରିବାପାଇଁ ପୁଣି ସିଏସ.ସି କୁ ଆସି ଟିପ ଚିହ୍ନ ଦେଇ ଟଙ୍କା ନଥିବା କହିବାରୁ ସେ ଫେରି ଯାଇଥିଲେ। ପରେ ଜାଣିପାରିଲେ ଯେ ତାଙ୍କ ଜମାଖାତାରୁ ୧୮ ହଜାର ଟଙ୍କା ଆତ୍ମସାତ ହୋଇଛି। ସେହିପରି ଭୂମିସୁତା ବାଘ ଜମାଖାତାରୁ ୧୦ ହଜାର ଟଙ୍କା ଉଠାଇ ଆତ୍ମସାତ ହୋଇଥିବା ଅଭିଯୋଗ ହୋଇଛି। ଉଭୟଙ୍କ ୨୮ ହଜାର ଟଙ୍କାକୁ ଗ୍ରାହକ ଜନସେବା କେନ୍ଦ୍ରର ମାଲିକ ଆତ୍ମସାତ କରିଥିବା ଦୁହେଁ ଅଭିଯୋଗ କରିଛନ୍ତି।

ଏହିପରି କେବଳ ଭୂମିସୁତା ଓ ଚିଙ୍କି ନୁହନ୍ତି ସିଏସସି ତଥା ଅନ୍ୟାନ୍ୟ ସେବା କେନ୍ଦ୍ରଗୁଡ଼ିକରେ ଗ୍ରାହକ ଠକେଇର ଶିକାର ହୋଇଥିବା ଗୁରୁତର ଅଭିଯୋଗ ହୋଇଛି। ବିନିକା ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଧୀନରେ ଥିବା ଏହିପରି ୧୨ଟି ଶାଖା ସହ ଅନ୍ୟାନ୍ୟ ବ୍ୟାଙ୍କ ଜନସେବା କେନ୍ଦ୍ରରେ ଗରିବ ଲୋକେ ଠକେଇର ଶିକାର ହେଉଥିବା ଜନସାଧାରଣ ଅଭିଯୋଗ ହୋଇଛି। ଏଣୁ ଜିଲ୍ଲା ପ୍ରଶାସନ ଉଚ୍ଚସ୍ତରୀୟ ତଦନ୍ତ କଲେ ଅନେକ ତଥ୍ୟ ପଦାକୁ ଆସିବ ବୋଲି ସେହି ଅଞ୍ଚଳରେ ଚର୍ଚ୍ଚା ହେଉଛି ।

ସମ୍ବନ୍ଧିତ ଖବର