ତୈଳ ଦର ବୃଦ୍ଧି ପ୍ରତିବାଦରେ ବିଜେଡିର ଧାରଣା

ସୋନପୁର: ତୈଳ ଦର ବୃଦ୍ଧି ପ୍ରତିବାଦରେ ବୁଧବାର ସୁବର୍ଣ୍ଣପୁର ଜିଲ୍ଲା ବିଜେଡି ପକ୍ଷରୁ ବ୍ଲକ ଅଫିସ୍‌ ସମ୍ମୁଖରେ ଧାରଣା ଦିଆଯାଇଥିଲା। ପେଟ୍ରୋଲ ଏବଂ ଡିଜେଲ ଦରଦାମ ଅହେତୁକ ବୃଦ୍ଧି ଯୋଗୁଁ ବିଜେଡି ନେତାମାନେ କେନ୍ଦ୍ର ସରକାରଙ୍କୁ ଦାୟୀ କରିିଥିଲେ। ଏନେଇ ଏକ ଦାବିପତ୍ର ବିଡିଓଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ଦଳ ପକ୍ଷରୁ ପ୍ରଦାନ କରାଯାଇଥିଲା। ବିଡିଓ ଅନିରୁଦ୍ଧ ପ୍ରଧାନ ଦାବିପତ୍ର ଗ୍ରହଣ କରିଥିଲେ। ଏଥିରେ କଇରୁ ସ୍ୱାଇଁ, ଶତ୍ରୁଘ୍ନ ପୃଷ୍ଟି, ରାଜକୁମାର ସୁନା, ପ୍ରହଲ୍ଲାଦ ନାଏକ, ପ୍ରକାଶ ବେବର୍ତା, ମଧୁସୂଦନ ମିଶ୍ର, ବାସୁଦେବ ରଣା, ଗୋପାଳ ବରେଇ, ସଂଜିବ ମିଶ୍ର, ରଂଜନ ମିଶ୍ର, ମଣିନ୍ଦ୍ର ମେହେର, ସୁଶାନ୍ତ ପଟେଲ, ସରୋଜ ସାହୁ, ରଘୁନାଥ ସାହୁ, ବାଳମକୁନ୍ଦ ମିଶ୍ର ପ୍ରମୁଖ ସାମିଲ ଥିଲେ।
ବୌଦ୍ଧ: ଡିଜେଲ ଓ ପେଟ୍ରୋଲର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ବୁଧବାର ଜିଲ୍ଲା ବିଜେଡି ପକ୍ଷରୁ ବୌଦ୍ଧ ବ୍ଲକ ସମ୍ମୁଖରେ ଧାରଣା ଦିଆଯିବା ସହିତ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଦଳର ଜିଲ୍ଲା ସଭାପତି ତଥା କଣ୍ଟାମାଳ ବିଧାୟକ ମହୀଧର ରଣାଙ୍କ ନେତୃତ୍ୱରେ ଓ ଜିଲ୍ଲା ଯୁବ ବିଜେଡି ସଭାପତି ମୃତ୍ୟୁଞ୍ଜୟ ମିଶ୍ରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଏନ୍‌ଏସି ଅଧ୍ୟକ୍ଷା ଦିପ୍ତୀପ୍ରଭା ସ୍ୱାଇଁ, ବୌଦ୍ଧ ବ୍ଲକ ଅଧ୍ୟକ୍ଷା ରେବତୀ ମହାଲିକ, ଜୋନାଲ ସଭାପତି ଆଶୋକ ସାହୁ, ଛାତ୍ର ବିଜେଡି ସଭାପତି ସଂଗ୍ରାମ ଦାସ, ଜିଲ୍ଲା ଯୁବ ବିଜେଡି ସଂପାଦକ କୈଳାଶ ବେହେରା, ବିଦ୍ୟାଧର ସ୍ୱାଇଁ, ବସନ୍ତ ସ୍ୱାଇଁ, ଜିଲ୍ଲା ଯୁବ ବିଜେଡି ସଂପାଦକ ଚନ୍ଦ୍ରକାନ୍ତ ପ୍ରଧାନ, ବୌଦ୍ଧ ବ୍ଲକ ସଭାପତି ଅଜିତ ଚାନ୍ଦ, ତପନ ଦଳେଇ ପ୍ରମୁଖ ସାମିଲ ଥିଲେ।
ବୀରମହାରାଜପୁର: ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ସ୍ଥାନୀୟ ବ୍ଲକ ଅଫିସ ଆଗରେ ବିଜେଡି ପକ୍ଷରୁ ଏକ ସଭା କରାଯାଇଥିଲା। ପରେ ଏକ ଦାବିପତ୍ର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ବିଡିଓ ଅଭିମନ୍ୟୁ ମାଝୀଙ୍କୁ ପ୍ରଦାନ କରାଯାଇଥିଲା। ନାରାୟଣ ଲୁହାଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ସ୍ଥାନୀୟ ବିଧାୟକ ପଦ୍ମନାଭ ବେହେରା, ପଂଚାୟତ ସମିତି ଅଧ୍ୟକ୍ଷ ସନ୍ତୋଷ ଭୋଇ, ସମିତି ସଭ୍ୟ ରଂଜିତ ରଥ, ଶ୍ରୀନିବାସ ଚାନ୍ଦ, ଧୀରେନ ପଣ୍ଡା, ଭଗବାନ କର୍ଣ୍ଣ, କୃଷ୍ଣ ମେହେର, ଚମ୍ପେଶ୍ୱର ମିଶ୍ର, ତ୍ରିପୁରାରୀ ମେହେର, ଟି. ମିଶ୍ର, ଦୟାନିଧି ମେହେର, ଆଲୋକ ଦେହୁରୀ, ଶିବାନନ୍ଦ ତ୍ରିପାଠୀ, ରାଜୀବ ମେହେର, ଟିଟୁ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। ଜତିନ ପାଣିଗ୍ରାହୀ ଧନ୍ୟବାଦ ଦେଇଥିଲେ।
ତରଭା: ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ବୁଧବାର ତରଭା ବ୍ଲକ୍‌ ବିଜେଡି ପକ୍ଷରୁ ବ୍ଲକ୍‌ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଜିଲ୍ଲା ବିଜେଡି ସଭାପତି ସରୋଜ କମ୍ପଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିକ୍ଷୋଭ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭ୍ୟ ପ୍ରବଣ ନାଗ, ବିଜେଡି ତରଭା ବ୍ଲକ୍‌ ସଭାପତି ହେମନ୍ତ ସାହୁ, ନଗର ସଭାପତି ଗଗନ ଅଗ୍ରଓ୍ଵାଲ, ଜିଲ୍ଲା ସଂପାଦକ ମାନଭଞ୍ଜନ ମିଶ୍ର, ଯୁବ ବିଜେଡି ସଭାପତି ଗଦିଦାର କୁଅଁର, ସରପଞ୍ଚ ଦଶରଥ ସାହୁ, ସୁବାସ ସେଠୀ, ଅଶ୍ୱିନୀ ବିଶି, ସରପଞ୍ଚ ଅଶ୍ୱିନୀ ସାହୁ, ମିତ୍ରବ୍ରତ ମିଶ୍ର, ପ୍ରଦୀପ ସେଠୀ, ଜନାର୍ଦ୍ଦନ ଥନାପତି, ସୁରେନ୍ଦ୍ର ଦଳବେହେରା, ଶୁଭେନ୍ଦୁ ପଣ୍ଡା, ହେମନ୍ତ ମାଝୀ, ପଙ୍କଜ ନାଗ, ଭବାନୀ ଶଙ୍କର ମିଶ୍ର, ବୁଲୁ ମିଶ୍ର, ଶୁଭ୍ର ନାରାୟଣ ମିଶ୍ର, ମୁରାରୀ ପ୍ରସାଦ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ପରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ବିଡିଓ ପି. କେ. ପାଣ୍ଡେଙ୍କୁ ପ୍ରଦାନ କରାଯାଇଥିଲା।
ଡୁଙ୍ଗୁରିପାଲି: ଡିଜେଲ, ପେଟ୍ରୋଲ ଦର ବୃଦ୍ଧି ପ୍ରତିବାଦରେ ବୁଧବାର ବିଜେଡି ପକ୍ଷରୁ ଡୁଙ୍ଗୁରିପାଲି ବ୍ଲକ କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କୁ ଏକ ଦାବିପତ୍ର ଦିଆଯାଇଛି। ବ୍ଲକ ବିଜେଡି ସଭାପତି ହିମାଂଶୁ ଶେଖର ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରତିବାଦ ସଭାରେ ବ୍ଲକ ଅଧ୍ୟକ୍ଷ ବେଲାର ସାହୁ, ବିଜେଡି ଜିଲ୍ଳା ଉପ ସଭାପତି ରମେଶ ପୂଜାରୀ, ସାଂସଦଙ୍କ ପ୍ରତିନିଧି ହରିବନ୍ଧୁ ପଧାନ, ସରପଞ୍ଚ ସଂଘର ସଭାପତି ପ୍ରକାଶ ସାହୁ, ସମିତି ସଂଘର ସଭାପତି ମନୋଜ ପୁରୋହିତ, ଜିଲ୍ଲା କାର୍ଯ୍ୟକାରିଣୀ ସଭ୍ୟ ବଦ୍ରିନାରାୟଣ ପାଣ୍ଡିଆ, ଛାତ୍ର ଜୋନାଲ ଉପ ସଭାପତି ବିଭୂଦତ୍ତ ରାଜହଂସ, ଯୁବ ବିଜେଡି ବ୍ଲକ ସଭାପତି ଧର୍ମେନ୍ଦ୍ର ବିଶ୍ୱାଳ, ବିଜେଡି ଛାତ୍ର ସଭାପତି ମୁରାରୀ ମୋହନ ବେହେରା, ସରୋଜ ମେହେର, ବଲ୍ଲଭ କ୍ଷେତି, ଶୁଭ୍ରାଂଶୁ ସାହୁ, ମନୋରଂଜନ ପଧାନ, ବିଜେ ବେହେରା, ରଂଜନ ଠେଲା ପ୍ରମୁଖ ପ୍ରତିବାଦ ସଭାରେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର