ସି-ଭିଜିଲର ସବୁ ଅଭିଯୋଗର ତୁରନ୍ତ ସମାଧାନ ହେବ:ନିର୍ବାଚନ ପ୍ରସ୍ତୁତି

ସୋନପୁର: ଭାରତୀୟ ନିର୍ବାଚନ କମିସନଙ୍କ ଦ୍ବାରା ସୁବର୍ଣ୍ଣପୁର ଜିଲ୍ଲା ପାଇଁ ନିଯୁକ୍ତ ସାଧାରଣ ପର୍ଯ୍ୟବେକ୍ଷକ ଏନ. ଏସ. ପ୍ରସନ୍ନ କୁମାର, ପୁଲିସ ପର୍ଯ୍ୟବେକ୍ଷକ ପଙ୍କଜ ଶ୍ରୀବାସ୍ତବ ଏବଂ ବୀରମହାରାଜପୁର ଓ ସୋନପୁର ନିର୍ବାଚନମଣ୍ଡଳୀ ପାଇଁ ନିଯୁକ୍ତ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଗୁରୁପ୍ରିତ ସିଂହ ଆସନ୍ତା ସାଧାରଣ ନିର୍ବାଚନ ଅବାଧ, ନିରପେକ୍ଷ ଓ ଶାନ୍ତି ଶୃଙ୍ଖଳା ସହିତ କରିବା ପାଇଁ ସର୍କିଟହାଉସରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି। ଏଥିରେ ଜିଲ୍ଲାପ‌ାଳ ତଥା ଜିଲ୍ଳା ନିର୍ବାଚନ ଅଧିକାରୀ ମଧୁସୂଦନ ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ତଥା ଅତିରିକ୍ତ ଜିଲ୍ଳା ନିର୍ବାଚନ ଅଧିକାରୀ ଶରତ ଚନ୍ଦ୍ର ପଣ୍ଡା, ଏସ୍‌ପି ଦେବୀ ପ୍ରସାଦ ଦାଶ, ବୀରମହାରାଜପୁର ନିର୍ବାଚନମଣ୍ଡଳୀର ରିଟର୍ଣ୍ଣିଂ ଅଫିସର ସୁବ୍ରତ ବେହେରା, ସୋନପୁର ନିର୍ବାଚନମଣ୍ଡଳୀର ରିଟଣ୍ଣିଂ ଅଫିସର ବଳରାମ ମଲ୍ଲିକ, ସହାୟକ ଜିଲ୍ଲାପାଳ ନିର୍ବାଚନ ମୁକ୍ତେଶ୍ବର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଳାର ସମସ୍ତ ସଂଶୟମୂଳକ ଓ ସ୍ବର୍ଶକାତର ମତଦାନ କେନ୍ଦ୍ର ପାଇଁ ନିଆଯାଇଥିବା ପଦକ୍ଷେପ, ଜିପିଏସ ଖଞ୍ଜିତ ଯାନବାହାନ ମୁତୟନ, ବିତରଣ ଦିନ ପୋଲିଂ ପାର୍ଟିର ସମୟୋଚିତ ପ୍ରସ୍ଥାନ, ବିଭିନ୍ନ ସ୍କ୍ବାଡର ମୁତୟନ ଏବଂ ସେମାନଙ୍କର କାର୍ଯ୍ୟ, ଫ୍ଲାଇଙ୍ଗ ସ୍କ୍ବାଡ ଏବଂ ଏସଏସଟି ଦ୍ବାରା ଉଭୟ ଦିବା ଓ ରାତ୍ରୀ ବିଭିନ୍ନ ପାଳିରେ ପ୍ରଗାଢ ଯାଞ୍ଚ, ଜିଲ୍ଲାର ସମସ୍ତ ୫୮୬ଟି ମତଦାନ କେନ୍ଦ୍ରରେ ସର୍ବନିମ୍ନ ଜଣେ ଲେଖାଏଁ ପୁଲିସ ମୁତୟନ, ବାମବାଦୀ ଚରମପନ୍ଥୀ ପ୍ରଭାବିତ ଅଞ୍ଚଳରେ ଥିବା ୭ ଟି ପୋଲିଂ ଷ୍ଟେସନରେ ୫ ଜଣ ଲେଖାଏଁ ସଶସ୍ତ୍ର ପୁଲିସ ମୁତୟନ, ନିର୍ବାଚନ ସମୟରେ ୬ ଗୋଟି କେନ୍ଦ୍ରୀୟ ପୁଲିସ ବଳ ପ୍ଲାଟୁନ ଏବଂ ୨ ଗୋଟି ରାଜ୍ୟ ସଶସ୍ତ୍ର ପୁଲିସ ବଳ ପ୍ଲାଟୁନର ମୁତୟନ, ସି-ଭିଜିଲରେ ଆସୁଥିବା ଅଭିଯୋଗ ତୁରନ୍ତ ସମାଧାନ ଉପରେ ଆଲୋଚନା ହୋଇଥିଲା‌।

ସମ୍ବନ୍ଧିତ ଖବର