କେନ୍ଦ୍ରୀୟ ବିଦ୍ୟାଳୟ ନୂଆ କୋଠା ନିର୍ମାଣ ପ୍ରତିଶ୍ରୁତି

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲାରେ କେନ୍ଦ୍ରୀୟ ବିଦ୍ୟାଳୟ ଜମି ଅଧିଗ୍ରହଣ ପାଇଁ ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ତାର ପ୍ରତିବନ୍ଧକ ସୃଷ୍ଟି ହୋଇଥିଲା। ଏନେଇ ବଲାଙ୍ଗୀର ସାଂସଦ କକିକେଶ ନାରାୟଣ ସିଂହଦେଓଙ୍କ ଚେଷ୍ଟା ଦ୍ୱାରା ତାହା ସଫଳ ହୋଇଛି। ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ଖୁଣ୍ଟ ଦୂର କରିବା ପାଇଁ ସାଂସଦ ତାଙ୍କ ନିଜସ୍ୱ ପାଣ୍ଠିରୁ ୩ଲକ୍ଷ ୪୪ହଜାର ଟଙ୍କା ପ୍ରଦାନ କରିବା ଫଳରେ ଏବେ ଭୂମି ଅଧିଗ୍ରହଣର ସମସ୍ତ ସମସ୍ୟା ଦୂର ହୋଇ କେନ୍ଦ୍ରୀୟ ବିଦ୍ୟାଳୟ ସୁବର୍ଣ୍ଣପୁର ନାମରେ ୧୨ଏକର ଜମି ରାଜ୍ୟ ସରକାର କେନ୍ଦ୍ରୀୟ ବିଦ୍ୟାଳୟକୁ ପ୍ରଦାନ କରିଛନ୍ତି।

ଏହା ସହିତ ସାଂସଦ ସିଂହଦେଓ ଆବଶ୍ୟକ ଅର୍ଥ ଯୋଗାଇବା ସହିତ କୋଠା ନିର୍ମାଣ ଅତି ଶୀଘ୍ର କରିବା ପାଇଁ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ପ୍ରକାଶ ଜାଭେଦକରଙ୍କୁ ୨୩.୧.୨୦୧୮ରେ ପତ୍ର ଦ୍ୱାରା ଜଣାଇବା ସହିତ ସାକ୍ଷାତ କରି ଆଲୋଚନା କରିଥିଲେ। ଯାହା ଦ୍ୱାରା କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ଜାଭେଦକର ତାଙ୍କ ପତ୍ର ସଂଖ୍ୟା ୪୩୧୨୩ ତା ୨୬.୨.୧୯ରେ କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ଆବଶ୍ୟକ ଅର୍ଥ ଅତିଶୀଘ୍ର ଯୋଗାଇ ଦେବା ପାଇଁ ସାଂସଦ ସିଂହଦେଓଙ୍କୁ ତାଙ୍କ ପତ୍ର ମାଧ୍ୟମରେ ଜଣାଇ ପ୍ରତିଶ୍ରୁତି ଦେଇଛନ୍ତି। ଏନେଇ ଜିଲ୍ଲାବାସୀ ତଥା ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ମହଲରେ ଆନନ୍ଦର ଲହରୀ ଖେଳି ଯାଇଛି। ଏନେଇ ସାଂସଦ ପ୍ରତିନିଧି ପ୍ରକାଶ ଚନ୍ଦ୍ର ବେବର୍ତା ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି ।

ସମ୍ବନ୍ଧିତ ଖବର