ବୀରମହାରାଜପୁର: ୨୫ତମ ସର୍ବଭାରତୀୟ ଲୁତୁରପଙ୍କ କ୍ରିକେଟ୍‌ କପ୍‌ରେ ଉତ୍ତରପ୍ରଦେଶର ଆହ୍ଲାବାଦ୍‌କୁ ହରାଇ ଛତିଶଗଡ଼ର ଫରେଷ୍ଟ କ୍ଲବ୍‌ ଚାମ୍ପିଅନ୍‌ ହୋଇଛି। ସୁବର୍ଣ୍ଣପୁର ଜିଲ୍ଲା ବୀରମହରାଜପୁର ବ୍ଲକ ଲୁତୁରପଙ୍କ ହାଇସ୍କୁଲ ପଡ଼ିଆରେ ଜୟ ଜଗନ୍ନାଥ କ୍ରିକେଟ୍‌ କ୍ଲବ ପକ୍ଷରୁ ଅନୁଷ୍ଠିତ ଟୁର୍ଣ୍ଣାମେଣ୍ଟର ଫାଇନାଲ୍‌ ମ୍ୟାଚଟି ଦୁଇଟି ଫର୍ମାଟରେ ଖେଳାଯାଇ ଥିଲା। ଏଥିରେ ଆହ୍ଲାବାସ୍‌ ଟସ ଜିଣି ପ୍ରଥମ ଫର୍ମାଟରେ ବ୍ୟାଟିଂ କରିଥିଲା। ଦଳ ୧୧ ଓଭରରେ ସମସ୍ତ ୱିକେଟ୍‌ ହରେଇ ୪୭ରନ୍‌ କରିଥିଲା  ରବି ଚୌଧୁରୀ ଆହ୍ଲାବାଦ୍‌ ପାଇଁ ସର୍ବାଧିକ ୧୬ ରନ କରିଥିଲେ। ଛତିଶଗଡର ଦେବରାଜ ସାହୁ ୬ଟି ୱିକେଟ ନେଇଥିଲେ। ଜବାବରେ ଛତିଶଗଡ ୪ ଓଭରରେ ଗୋଟିଏ ୱିକେଟ ହରାଇ ୪୮ରନ କରିଥିଲା।ଦଳର ଶଶାଙ୍କ ଚନ୍ଦ୍ରାକର ୧୪ଟି ବଲ୍‌ ଖେଳି ୩୩ରନ୍‌ କରିଥିଲେ।

Advertisment

ଦ୍ବିତୀୟ ଫର୍ମାଟରେ ଆହ୍ଲାବାଦ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭରରେ ୬ଟି ୱିକେଟ ହରାଇ୯୫ରନ କରିଥିଲା। ଦଳର ସୁଭମ ନିଗମ ସର୍ବଧିକ ୩୫ରନ କରିଥିବା ବେଳେ ବିପକ୍ଷ ଦେବରାଜ ଓ ଶଶାଙ୍କ ପ୍ରତ୍ୟେକ ୨ଟି ଲେଖାଏଁ ୱିକେଟ ନେଇଥିଲେ। ଜବାବରେ ଛତିଶଗଡ ୬.୪ଓଭରରେ ୨ୱିକେଟ ହରେଇ ୧୦୦ରନ କରିଥିଲା। ଦଳର ଶଶାଙ୍କ ଚନ୍ଦ୍ରାକର ୨୫ଟି ବଲ୍‌ରୁ ୮ଟି ଛକା ସହାୟତାରେ ୭୧ରନ କରିଥିଲେ। ଉଭୟ ଫର୍ମାଟରେ ବିଜୟୀ ହୋଇ ଛତିଶଗଡ ଚାମ୍ପିଅନ ହୋଇଛି। ଶଶାଙ୍କ ଚନ୍ଦ୍ରାକରଙ୍କୁ ମ୍ୟାନ୍‌ ଅଫ୍‌ ଦ ସିରିଜ, ଶ୍ରେଷ୍ଠ ବେଟସ୍ ମ୍ୟାନ, ଦେବରାଜ ସାହୁ ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ ଓ ଶ୍ରେଷ୍ଠ ବୋଲର ଆଲ୍ଲାହାବାଦ ଦଳକୁ ଶ୍ରେଷ୍ଠ ଶୃଙ୍ଖଳିତ ଦଳ, କ୍ରିଷ୍ଣା ସରୋଜଙ୍କୁ ପିପୁଲ ଚଏସ୍‌ ଆୱାଡ ପ୍ରଦାନ କରାଯାଇଥିଲା। ଚାମ୍ପିୟନ ଛତିଶଗଡ଼କୁ ନଗଦ ୫୦ହଜାର ଟଙ୍କା ସହିତ ଟ୍ରଫି ଓ ରନର୍ସ ଅଫ ଆଲ୍ଲାହାବାଦ ଦଳକୁ ନଗଦ ୩୦ହଜାର ଟଙ୍କା ସହିତ ଟ୍ରଫି ପ୍ରଦାନ କରାଯାଇଥିଲା।

publive-image

ପ୍ରାଣବନ୍ଧୁ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ବାଣିଜ୍ୟ ପରିବହନ ଏବଂ ଯୋଜନା ଓ ସଂଯୋଜନ ମନ୍ତ୍ରୀ ପଦ୍ମନାଭ ବେହେରା ମୁଖ୍ୟ ଅତିଥି ଏବଂ ଜିଲ୍ଲାପରିଷଦ ଗାୟତ୍ରୀ ପାଣିଗ୍ରାହୀ, ସ୍ଥାନୀୟ ସରପଞ୍ଚ ସୁଜାତା ସାହୁ, ଖଣ୍ଡହତା ସରପଞ୍ଚ ଆଶା ସାହୁ, ବହଲପଦର ପଞ୍ଚାୟତ ସମିତି ସଭ୍ୟ ପୀତାମ୍ବର ସାହୁ, ଓସିଏ ଯୁଗ୍ମ ସମ୍ପାଦକ ମେହେତାବ ଖାଁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଞ୍ଜିତ ରଥ, ବ୍ଲକ ବିଜେଡି ଯୁବ ସଭାପତି ନାରାୟଣ ଲୁହା, ସ୍ବେଚ୍ଛାସେବିନୀ ଅମ୍ବିକା ମହାରଣା, ସଭାପତି ସୁଧିର ପଧାନ, ସମ୍ପାଦକ ଶଶାଙ୍କ ପଧାନ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଥିଲେ। ମ୍ୟାଚଟିକୁ ଓସିଏ ମାନ୍ୟତାପ୍ରାପ୍ତ ଅମ୍ପାୟାର ଚୁଡାମଣୀ ପାଢୀ ଓ ଶ୍ୟାମ ସୁନ୍ଦର ପଣ୍ଡା ପରିଚାଳନା କରିଥିବା ବେଳେ ବାଙ୍କାବିହାରୀ ମହାକୁର ସ୍କୋରିଂ, ଚମାରୁ ମହାକୁର ଅନ୍‌ଲାଇନ୍‌ ସ୍କୋରିଂ ଏବଂ ଆଲୋକ, ଆଶିସ, ଅଚ୍ୟୁତ ମିଶ୍ର, ତନୁଜ,  ଶ୍ୟାମ ସୁନ୍ଦର ସେଠୀ ଧାରାବିବରଣୀ ପ୍ରଦାନ କରିଥିଲେ।