ଠିକା କର୍ମଚାରୀଙ୍କ ସ୍ଥାୟୀ ନିଯୁକ୍ତି ଦାବି:ବିଦ୍ୟୁତ ବିଭାଗ ଅଫିସରେ ତାଲା

ବୀରମହାରାଜପୁର,: ଠିକା କର୍ମଚାରୀଙ୍କ ସ୍ଥାୟୀ ନିଯୁକ୍ତି ଆଦି ୭ ଦଫା ଦାବିରେ ପଶ୍ଚିମାଞ୍ଚଳ ବିଜୁଳି ଶ୍ରମିକ ସଂଘ ପକ୍ଷରୁ ଉଲୁଣ୍ଡା ସ୍ଥିତ ବୀରମହାରାଜପୁର ଉପଖଣ୍ଡସ୍ତରୀୟ ବିଦ୍ୟୁତ୍ ଅଫିସରେ ତାଲା ପକାଇବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଶ୍ରମିକଙ୍କ ପାଉଣା ଦିଆଯାଉ ନାହିଁ, ଦିନକୁ ୧୦/୧୨ ଘଣ୍ଟା କାମ କଲେ ବି ଓଭର ଟାଇମ (ଓଟି) ଭତ୍ତା ଦିଅଯାଉ ନାହିଁ, ଲାଇନମ୍ୟାନଙ୍କୁ ସୁରକ୍ଷା ସରଞ୍ଜାମ ଦିଆଯାଉ ନାହିଁ, ଶ୍ରମିକଙ୍କ ହଇରାଣ କରିବା ବନ୍ଦ କରାଯାଉ ଆଦି ୭ ଦପା ଦାବି ରହିଛି। କୃଷ୍ଣଚନ୍ଦ୍ର ପାତ୍ର, ଅରବିନ୍ଦ ଛତ୍ରିୟା, ପବିତ୍ର ବେହେରା, ଦୀପକ କର୍ଣ୍ଣ, କ୍ଷମାନିଧି ବନଛୋର, ସୁନିଲ ବିଶି, ଲମ୍ବୋଦର ପରୁଆ ପ୍ରମୁଖ ଏହି ଆନ୍ଦୋଳନରେ ସାମିଲ ରହିଛନ୍ତି।

ସମ୍ବନ୍ଧିତ ଖବର