ବୀରମିତ୍ରପୁରରେ କାଳବୈଶାଖୀ

ବୀରମିତ୍ରପୁର: ବୀରମିତ୍ରପୁର ଓ ଏହାର ଆଖପାଖ ଅଞ୍ଚଳରେ ଆଜି ଅପରାହ୍ନରେ ପ୍ରାୟ ୧ ଘଣ୍ଟା ଧରି କାଳ ବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଥିଲା। ପ୍ରବଳ ବେଗରେ ପବନ ବହିବା ସହ ଧୂଳି ଝଡ଼ ସାରା ଆକାଶକୁ ଲାଲ କରିଦେଇଥିଲା। ତା ପରେ ପରେ ଘଡ଼ ଘଡ଼ି ସହ ଖୁବ୍‌ ଅସରାଏ ବର୍ଷା ପ୍ରକୃତିକୁ ଶାନ୍ତ କରିଦେଇଥିଲା। ପବନ ଓ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ଘର ଉପରେ ପଡ଼ିବା ସହ କେତେକ ସ୍ଥାନରେ ରାସ୍ତା ଉପରେ ପଡ଼ି ଅବରୋଧ ହୋଇଥିଲା। ଅଳ୍ପ ସମୟ ମଧ୍ୟରେ କାଳ ବୈଶାଖୀ ଅଞ୍ଚଳକୁ ଛାରଖାର କରି ପକାଇଥିଲା। ସ୍ଥାନୀୟ ଲୋକେ ସ୍ୱତଃପ୍ରବୃତ ଭାବେ ରାସ୍ତାରୁ ଗଛ ଡାଳ ସବୁ ସଫା କରିବା ପରେ ଯାତାୟାତ ସ୍ୱାଭାବିକ ହୋଇଥିଲା। କେତେକ ସ୍ଥାନରେ ବିଦ୍ୟୁତ ଲାଇନ ଉପରେ ଗଛ ପଡ଼ି ଥିବାରୁ ସହରର କେତେକ ଅଂଚଳକୁ ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହୋଇଛି। ତେବେ ଏସବୁ ସ୍ୱାଭାବିକ କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଆଗେଇଚାଲିଥିବା ପରିଲକ୍ଷିତ ହୋଇଛି।

ସମ୍ବନ୍ଧିତ ଖବର