ବର୍ଷାପାଣିରେ ଉବୁଟୁବୁ ଦୈନିକ ପରିବା ବଜାର

ବୀରମହାରାଜପୁର: ବୀରମହାରାଜପୁର ମୁଖ୍ୟ ଛକ ଠାରେ ଥିବା ଦୈନିକ ପରିବା ବଜାରରେ ସାମାନ୍ୟ ବର୍ଷା ହେଲେ ପାଣି ଜମି ଯାଉଛି। ଗତ ୨୭ ତାରିଖ ସକାଳେ ବର୍ଷା ହେବାରୁ ବଜାର ସାରା ପାଣି ଜମି ରହିଥିଲା। ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା ନଥିବାରୁ ଏଭଳି ସମସ୍ୟା ହେଉଛି ବୋଲି ଗ୍ରାହକ ଓ ଦୋକାନୀମାନେ ଅଭିଯୋଗ କରିଛନ୍ତି। ଏଥି ପ୍ରତି ପଞ୍ଚାୟତ କର୍ତ୍ତୃପକ୍ଷ ଏବଂ ନିୟନ୍ତ୍ରିତ ବଜାର କମିଟି ଧ୍ୟାନ ଦେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର