ଡୁଙ୍ଗୁରିପାଲି: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଲଛିପୁର ଫାଣ୍ଡି ଅନ୍ତର୍ଗତ ଭାଲୁକୁନି ପତରା ଜଙ୍ଗଲରୁ ପୁଲିସ ରବିବାର ଅସୁରମୁଣ୍ଡା ଗ୍ରାମର ଗିରିଧାରୀ ନାଗଙ୍କ ମୃତଦେହ ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଛି। ସେ ୫/୬ ଦିନ ତଳେ ବେକରେ ଗାମୁଛା ଦେଇ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି।
ପାରିବାରିକ କଳହରୁ ଗିରିଧାରୀ ଗତ ୨୧ ତାରିଖ ସକାଳ ୯ ଟାରେ ଘରୁ କୁଆଡ଼େ ପଳାଇ ଯାଇଥିଲେ। ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିବା ପରେ ନ ପାଇବାରୁ ଲଛିପୁର ଥାନାରେ ଅଭିଯୋଗ କରିଥିଲେ। ଲଛିପୁର ପୁଲିସ ଏକ ନିଖୋଜ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା। ଗତ ୨୯ ତାରିଖ ସନ୍ଧ୍ୟାରେ ପରିବାର ଲୋକେ ନିକଟସ୍ଥ ଭାଲୁକୁନି ପତରା ଜଙ୍ଗଲରୁ ତାଙ୍କ ମୃତଦେହ ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରୁ ମୃତ ଶରୀର ଉଦ୍ଧାର କରି ସୋନପୁର ଡାକ୍ତରଖାନାରେ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ସ୍ଥାନାନ୍ତର କରିଥିଲା। ମୃତ ଗିରିଧାରୀ ଜଣେ ଶ୍ରମିକ ଭାବେ କାମ କରୁଥିବା ବେଳେ ତାଙ୍କ ପତ୍ନୀ ଓ ତିନିଟି ସନ୍ତାନ ଥିବା ଜଣାଯାଇଛି। ଲଛିପୁର ଏଏସ୍ଆଇ ରଂଜନ ନାଏକ ତଦନ୍ତ ଦାୟିତ୍ବ ନେଇଥିବା ପ୍ରକାଶ।
ଭାଲୁକୁନି ପତରା ଜଙ୍ଗଲରୁ ଯୁବକଙ୍କ ମୃତଦେହ ଉଦ୍ଧାର
/sambad/media/post_attachments/wp-content/uploads/2020/10/forest-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)