ମୃତ ଶିକ୍ଷକଙ୍କ ପରିବାରକୁ ସହାୟତା

ଉଲୁଣ୍ଡା: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ସରସ୍ୱତୀ ଶିଶୁ ମନ୍ଦିରର ଶିକ୍ଷକ ତଥା ମରାଲୋଏ ଗ୍ରାମର ଗଣ୍ଡାରାମ ରଣାଙ୍କ ଗତ ୧୨ ତାରିଖ ଦିନ ଏକ ରାସ୍ତା ଦୁର୍ଘଟଣାରେ ଅକାଳ ବିୟୋଗ ଘଟିଥିଲା। ବୁଧବାର ମୃତ ଶିକ୍ଷକଙ୍କ ପରିବାରକୁ ପ୍ରଶାସନ ପକ୍ଷରୁ ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଛି। ମୃତକଙ୍କ ପରିବାରକୁ ମୋ କୁଡିଆ ଯୋଜନାରେ ସାମିଲ କରାଯିବାକୁ ପ୍ରତିଶ୍ରୁତି ମିଳିଥିବା ମଧ୍ୟ ଜଣାଯାଇଛି। ସହାୟତା ପ୍ରଦାନ ସମୟରେ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ଓ ଉଲୁଣ୍ଡା ତହସିଲଦାର ଶରତ ସେଠୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର