ଭୁବନେଶ୍ବର: ଆଜି ରାଜ୍ୟରେ ୨୯୨୪ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ କରୋନାରେ ଆଉ ୧୦ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୪୩କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ଭୁବନେଶ୍ବରରୁ ୨, ଗଞ୍ଜାମରୁ ୨,ଭଦ୍ରକ, ବଲାଙ୍ଗୀର, କଟକ, ଯାଜପୁର, କନ୍ଧମାଳ ଓ ସୁବର୍ଣ୍ଣପୁରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି। ଗଞ୍ଜାମର ଦୁଇ ମୃତକ ପୁରୁଷଙ୍କ ବୟସ ୬୭ ଓ ୫୫ ବର୍ଷ। ଭୁବନେଶ୍ବରରୁ ଯେଉଁ ୨ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ସେମାନଙ୍କ ମଧ୍ୟରେ ଜଣେ ୩୨ ବର୍ଷ ବୟସ୍କା ମହିଳା ଓ ଜଣେ ୫୫ ବର୍ଷିୟ ପୁରୁଷ ଅଛନ୍ତି।
10.A 45-year old male of Sonepur district who was also suffering from Pulmonary Tuberculosis, Chronic Kidney Disease.
— H & FW Dept Odisha (@HFWOdisha) August 16, 2020
ଅପରପକ୍ଷରେ ଭଦ୍ରକର ମୃତକ ପୁରୁଷଙ୍କ ବୟସ ୭୫ ବର୍ଷ, ବଲାଙ୍ଗୀରର ମୃତକ ପୁରୁଷଙ୍କ ବୟସ ୬୨ବର୍ଷ ବୋଲି ଜଣାଯାଇଛି। ଠିକ୍ ସେହିପରି କଟକର ଜଣେ ବୟସ ୬୦ ବର୍ଷ ବୟସ୍କ ପୁରୁଷଙ୍କ ମୃତ୍ୟୁ ଘଟିଛି। ଏଣେ ଯାଜପୁରର ମୃତକ ପୁରୁଷଙ୍କ ବୟସ ୬୦ ବର୍ଷ, କନ୍ଧମାଳର ମୃତକ ପୁରୁଷଙ୍କ ବୟସ ୫୯ ବର୍ଷ ଓ ସୁବର୍ଣ୍ଣପୁରରୁ ମୃତକ ପୁରୁଷଙ୍କ ବୟସ ୪୫ ବର୍ଷ ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।
ତେବେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦,୦୫୦କୁ ବୃଦ୍ଧି ପାଇଛି। ଏମାନଙ୍କ ଭିତରୁ ଏବେ ରାଜ୍ୟରେ ମୋଟ୍ ୪୦,୭୨୬ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୮,୯୨୮ ରହିଛି।