ବଢ଼ୁଛି ଅସନ୍ତୋଷ:ବିଦ୍ୟୁତ ବିଭାଗର ମନମୁଖୀ

ବୀରମହାରାଜପୁର: ବୀରମହାରାଜପୁର ବ୍ଲକ ସୁବଳୟା ଗ୍ରିଡ଼ ଉପରେ ଗରିଆମୁଣ୍ଡା, କମିରା, ସୁବଳୟା, ଜଟେସିଂହା ଏପରି ୪ଟି ଫିଡର ରହିଛି। ଏହି ଫିଡରଗୁଡିକରେ ବିଦ୍ୟୁତ ବିଭାଗ କର୍ମଚାରୀଙ୍କ ମନମୁଖୀ ଯୋଗୁଁ ଅନ୍ଧାରରେ ରହିବାକୁ ପଡୁଛି ବୋଲି ଉପଭୋକ୍ତାମାନେ ଅଭିଯୋଗ କରିଛନ୍ତି। ସେମାନଙ୍କ ଅଭିଯୋଗ ଅନୁସାରେ, ଏହି ଗ୍ରିଡରେ ସେକ୍ସନ କିମ୍ବା ଲାଇନ ମ୍ୟାନ ରହୁ ନାହାନ୍ତି। ସାମାନ୍ୟ ପବନ କିମ୍ବା ବର୍ଷା ହେଲେ ବିଜୁଳି ବନ୍ଦ ହୋଇ ଯାଉଛି। ଲାଇନ ଆସିବ କି ନାହିଁ ପଚାରିବା ପାଇଁ ବିଭାଗୀୟ କର୍ମଚାରୀଙ୍କୁ ଫୋନ କଲେ ମଧ୍ୟ ଉଠାନ୍ତି ନାହାନ୍ତି। ସନ୍ଧ୍ୟାରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ବ୍ୟାହତ ହେଉଛି। ପ୍ରବଳ ଗରମରେ ଲୋକେ ଶୋଇବା ପାରୁ ନାହାନ୍ତି। ଏନେଇ ସୁବର୍ଣ୍ଣପୁର ବିଭାଗୀୟ ଯନ୍ତ୍ରୀ ଶ୍ରୀନିବାସ ସ୍ୱାଇଁଙ୍କୁ ଫୋନରେ ପଚାରିବାରୁ ବୀରମହାରାଜପୁରରେ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ କହି ଆଗକୁ ସମସ୍ୟାର ‌ନହେବା ବ୍ୟବସ୍ଥା କରିବେ ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର