ଜିଲ୍ଲା ଓକିଲ ସଂଘର ଆନ୍ଦୋଳନ ତୃତୀୟ ଦିନରେ

ସୋନପୁର: ହାଇକୋର୍ଟର ସ୍ଥାୟୀ ବେଚ ସ୍ଥାପନ ଦାବିରେ ସୁବର୍ଣ୍ଣପୁର ଜିଲ୍ଲା ଓକିଲ ସଂଘର ଆନ୍ଦୋଳନ ତୃତୀୟ ଦିନରେ ପହଞ୍ଚିଛି। ବୁଧବାର ମଧ୍ୟ ଜିଲ୍ଲା ଓକିଲ ସଂଘ ପକ୍ଷରୁ ପିକେଟିଂ କରାଯାଇ କୋର୍ଟ, ଉପନିବନ୍ଧକ କାର୍ଯ୍ୟାଳୟ, ବାଣିଜ୍ୟ କର କାର୍ଯ୍ୟାଳୟ ଓ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟକୁ ବନ୍ଦ କରାଯାଇଥିଲା। ସଂଘର ସଭାପତି ସନ୍ତୋଷ ମେହେରଙ୍କ ନେତୃତ୍ୱରେ ରାଜ କିଶୋର ମିଶ୍ର, ମଧୁସୂଦନ ପ୍ରଧାନ, ବାବୁଲାଲ ଦାଶ, ଦାସଦୀପ୍ତ ମହାପାତ୍ର, ଅଟଳ ବିହାରୀ ମହାପାତ୍ର, ପ୍ରକାଶ ମିଶ୍ର, ରସାନନ୍ଦ ସାହୁ, ସୀତାରାମ ମିଶ୍ର, ରାଜେନ୍ଦ୍ର ଅଗ୍ରଓ୍ଵାଲ, ପ୍ରଫୁଲ୍ଲ ସାହୁ, ଗଦାଧର ନେଗୀ, ତିବିକ୍ରମ ମିଶ୍ର, ରତନ ପଟ୍ଟନାୟକ, ସ୍ୱାଧୀନ ମେହେର ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧିତ ଖବର