ସୋନପୁର: ଗୁରୁବାର ଭାରତୀୟ ନିର୍ବାଚନ କମିଶନଙ୍କ ଦ୍ବାରା ସୁବର୍ଣ୍ଣପୁର ଜିଲ୍ଲା ପାଇଁ ନିଯୁକ୍ତ ସାଧାରଣ ପର୍ଯ୍ୟବେକ୍ଷକ ଏସ.ଏନ.ପ୍ରସନ୍ନ କୁମାର ଏବଂ ବୀରମହାରାଜପୁର ନିର୍ବାଚନମଣ୍ଡଳୀ ଓ ସୋନପୁର ନିର୍ବାଚନମଣ୍ଡଳୀ ପାଇଁ ନିଯୁକ୍ତ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଗୁରୁପ୍ରୀତ ସିଂହ ଆସନ୍ତା ସାଧାରଣ ନିର୍ବାଚନର ଅବାଧ, ନିରପେକ୍ଷ ଏବଂ ଶାନ୍ତିଶୃଙ୍ଖଳା ସହିତ ପରିଚାଳନା ପାଇଁ ସମସ୍ତ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମଳନୀ କକ୍ଷରେ ଏକ ବୈଠକ କରିଛନ୍ତି। ଏହି ବୈଠକରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ମଧୁସୂଦନ ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ତଥା ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ଶରତ ଚନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ସମସ୍ତ ରାଜନୈତିକ ଦଳ ଦ୍ବାରା ଆଦର୍ଶ ଆଚରଣବିଧିକୁ କଡ଼ାକଡ଼ି ଭାବରେ ପାଳନ କରିବା, ନିର୍ବାଚନ ପ୍ରଚାର ପୂର୍ବରୁ ଉପଯୁକ୍ତ କର୍ତ୍ତୃପକ୍ଷଙ୍କଠାରୁ ପୂର୍ବ ଅନୁମତି ନେବା, ସମସ୍ତ ପ୍ରକାର ବ୍ୟାନର, ପୋଷ୍ଟର, ପ୍ରଚାର ପତ୍ର ଇତ୍ୟାଦିର ସଠିକ ଖର୍ଚ୍ଚର ବିବରଣୀ ସମ୍ପୃକ୍ତ ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ପ୍ରଦାନ କରିବା, ନିର୍ବାଚନ ପ୍ରଚାର ନିମନ୍ତେ ବ୍ୟବହୃତ ଯାନବାହାନର ସଠିକ ତଥ୍ୟ ସଂପୃକ୍ତ ରିଟର୍ଣ୍ଣିଂ ଅଫିସରଙ୍କୁ ପ୍ରଦାନ କରିବା ଓ କୌଣସି ଶୋଭାଯାତ୍ରା ପୂର୍ବରୁ ସଂପୃକ୍ତ ରିଟର୍ଣ୍ଣିଂ ଅଫିସରଙ୍କଠାରୁ ଓ ଉପଯୁକ୍ତ ପୁଲିସ କର୍ତ୍ତୃପକ୍ଷଙ୍କଠାରୁ ପୂର୍ବ ଅନୁମତି ନେବା ଓ ଖର୍ଚ୍ଚର ସଠିକ ବିବରଣୀ ପ୍ରଦାନ କରିବା, କୌଣସି ସରକାରୀ କୋଠା ଓ ପରିସରରେ ନିର୍ବାଚନ ସଂପୃକ୍ତି ବିଜ୍ଞାପନ, ବ୍ୟାନର, ପୋଷ୍ଟର ଇତ୍ୟାଦି ବିନା ଅନୁମତିରେ ଲଗାଇବାରୁ ନିବୃତ ରହିବା ଓ ବେସରକାରୀ କୋଠା ଓ ପରିସରରେ ଲଗାଇବା ପୂର୍ବରୁ ସମ୍ପୃକ୍ତ ମାଲିକଙ୍କଠାରୁ ଲିଖିତ ସହମତି ନେବା, କୌଣସି ଶୋଭାଯାତ୍ରା, ନିର୍ବାଚନ ପ୍ରଚାର ଇତ୍ୟାଦିରେ ଅନୁମତି ଦିଆଯାଇଥିବା ସଭାସ୍ଥଳକୁ ପୂର୍ବ ଭଳି ସ୍ବଛ ଓ ପୋଷ୍ଟର ମୁକ୍ତ କରିବା, ମତଦାନର ୪୮ ଘଣ୍ଟା ପୂର୍ବରୁ ସମସ୍ତ ନିର୍ବାଚନ ପ୍ରଚାର ବନ୍ଦ କରିବା, ଭୋଟରମାନଙ୍କୁ ପ୍ରଭାବିତ କରିବା ପାଇଁ ଅର୍ଥ, ମଦ ବଣ୍ଟନ ଓ ଭୋଜି ଇତ୍ୟାଦିରୁ ନିବୃତ ରହିବା, ଭୋଟରମାନଙ୍କୁ ଭୟଭୀତ ନକରିବା, ନିର୍ବାଚନ ସଂପର୍କୀୟ ସମସ୍ତ ପ୍ରକାର ଖର୍ଚ୍ଚ ପାଇଁ ପ୍ରାର୍ଥୀପତ୍ରରେ ଉଲ୍ଲେଖ ହୋଇଥିବା ପ୍ରାର୍ଥୀର ସ୍ବତନ୍ତ୍ର ବ୍ୟାଙ୍କ ଆକାଉଣ୍ଟକୁ ବ୍ୟବହାର କରିବା ଆଦି ଉପରେ ଗୁରୁତ୍ବାରୋପ କରାଯାଇଥିଲା। ସେହିପରି ଉଭୟ ପର୍ଯ୍ୟବେକ୍ଷକ ନିର୍ବାଚନ ପାଇଁ ଗଠନ ହୋଇଥିବା ଜିଲ୍ଲାର ସମସ୍ତ ଟିମ ଯଥା ଫ୍ଲାଇଂ ସ୍କ୍ବାଡ, ଷ୍ଟାଟିକ ସର୍ଭେଲାନ୍ସ ଟିମ, ଭିଡିଓ ସର୍ଭେଲାନ୍ସ ଟିମ, ଏକାଉଣ୍ଟିଂ ଟିମ, କମ୍ପ୍ଲେଣ୍ଟ ଟିମ, କଣ୍ଟ୍ରୋଲ ରୁମ/କଲ ସେଣ୍ଟର,ଏମସିଏମସି ଟିମ, ଏକ୍ସପେଣ୍ଡିଚର ମନିଟରିଂ ସେଲ ଆଦି କମିଟି ମୁଖ୍ୟମାନଙ୍କ ସହ ଏକ ସମୀକ୍ଷା ବୈଠକ କରିଥିଲେ।
ନିର୍ବାଚନ ପ୍ରସ୍ତୁତି: ରାଜନୈତିକ ଦଳ ନିର୍ବାଚନ ଆଚରଣବିଧି:କଡ଼ାକଡ଼ି ପାଳନ କରିବାକୁ ବାଧ୍ୟ
/sambad/media/post_attachments/wp-content/uploads/2019/04/sonrpur.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)