ବିନିକା: ସୁବର୍ଣ୍ଣପୁର ଜିଲ୍ଲାର ବିନିକା ଅଞ୍ଚଳରୁ ଲକ୍ଷାଧିକ ଟଙ୍କାର ବିଦ୍ୟୁତ ତାର ଜବତ ହୋଇଛି। ତେବେ ଘଟଣାସ୍ଥଳରୁ ଚୋରମାନେ ଫେରାର ହୋଇଯାଇଥିବାର ଖବର ମିଳିଛି I ବିଳମ୍ବିତ ରାତିରେ ଚୋରମାନେ ବିଦ୍ୟୁତ ତାର ଚୋରି କରୁଥିବା ବେଳେ ବିନିକା ଥାନା ବଲାରଙ୍ଗା ଗ୍ରାମବାସୀ ବିଦ୍ୟୁତ ତାର ଜବତ କରିଛନ୍ତି। ଘଟଣା ସ୍ଥଳରେ ପ୍ରାୟ ୫ ଲକ୍ଷ ଟଙ୍କାର ୧୦ରୁ ୧୨ ବଣ୍ଡଲ ବିଦ୍ୟୁତ ତାର, କଟର ସହ ପିକଅପ ଗାଡ଼ିକୁ ଅଟକ ରଖିଥିଲେ ବଲାରଙ୍ଗା ଗ୍ରାମବାସୀ।
ଖବର ପାଇ ଘଟଣାସ୍ଥଳରେ ବିନିକା ଥାନା ଅଧିକାରୀ ପବିତ୍ର ସାହୁ ପହଞ୍ଚି ଲୋକଙ୍କୁ ବୁଝାସୁଝା କରି ପିକଅପ ଗାଡ଼ି ସହ ୫ ଲକ୍ଷ ଟଙ୍କାର ତାରକୁ ଜବତ କରିଥିଲେ। ବିଦ୍ୟୁତ ବିଭାଗ ତାର ଚୋରି କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। କିନ୍ତୁ ବିନିକା ଥାନା ସିନ୍ଦୁରପୁର, ସିଂଘିଯୁବା,ବାଙ୍କିଘିରଡ଼ି ପଞ୍ଚାୟତର ବିଭିନ୍ନ ଗାଁରେ ଲକ୍ଷାଧିକ ଟଙ୍କାର ବିଦ୍ୟୁତ ତାର ବାରମ୍ବାର ଚୋରି ହୋଇଥିଲେ ବି ପୁଲିସର ହାତ ଖାଲି ରହୁଛି Iଫଳରେ ପୁଲିସ ପ୍ରତି ଲୋକଙ୍କ ଆସ୍ଥା ଧୀରେ ଧୀରେ ଉଠିଯାଉଥିବା କୁହାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/Untitled-1.png)