ଭାଙ୍ଗିଥିବା ଘରକୁ ପୁଣି ଭାଙ୍ଗିଲା ହାତୀ

ଉଲୁଣ୍ଡା: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ୍‌ ଯଉଁରାଭଉଁରା ଗ୍ରାମପଞ୍ଚାୟତର ଖରାପୁରା ଗୌଡ଼ଗୌଠ ଗ୍ରାମର ୨ଟି ପରିବାର ଘରକୁ ପୁଣି ଥରେ ଦନ୍ତାହାତୀ ଆସି ଭାଙ୍ଗି ଥିବା ଜଣାପଡ଼ିଛି। ଖରାପୁର ଗୌଡ଼ଗୌଠ ଗ୍ରାମର ଜାତୁରୁ ଏକ୍କା ଓ ଆରିଆ ବାର୍ଲାଙ୍କ ଗତ କିଛି ଦିନ ତଳେ ହାତୀ ଭାଙ୍ଗି ଦେଇଥିଲା। ହାତୀ ଗତକାଲି ପୁଣି ଘର ଭାଙ୍ଗି ଦେଇଛି। ପରିବାର ଲୋକେ ଗ୍ରାମର ନାରାୟଣ ଏକ୍କା ଘରେ ଆଶ୍ରୟ ନେଇଛନ୍ତି। ଏ ନେଇ ଆଜି ନାରାୟଣ ଏକ୍କା, ଜାତୁରୁ ଏକ୍କା, ଶୁକ୍ରୁ ଏକ୍କା, ଭୀମସେନ ଏକ୍କା ସୋନପୁର ଜିଲ୍ଲାପାଳ ଓ ଡିଏଫ୍‌ଓଙ୍କୁ ନିକଟରେ ଅଭିଯୋଗ କରିଛନ୍ତି। ଡିଏଫ୍‌ ଉଲୁଣ୍ଡା ରେଂଜରଙ୍କୁ ତୁରନ୍ତ ରିପୋର୍ଟ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର