ତରଭା: ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ କୁମ୍ଭାରମୁଣ୍ଡା ସେକସନ୍ ଜଙ୍ଗଲରେ ଶୁଖିଲାସର ଗାଁର ଜଣେ ଲୋକଙ୍କୁ ଦଳିଦେଇଛି ଦନ୍ତା ହାତୀ। ରାତିରେ ବିଲରେ ଧାନ ଜଗିବାକୁ ଯାଇଥିବା ବେଳେ ହାତୀ ହର ରଣାଙ୍କୁ ଦଳି ଦେଇଛି। କୁମାରମୁଣ୍ଡା ଅଞ୍ଚଳରେ କିଛି ଦିନ ହେଲା ହାତୀ ପଲ ରହିଆସିଛନ୍ତି। ଏହି ଅଞ୍ଚଳ ହାତୀ ପଲ ଆତଙ୍କ ସୃଷ୍ଟି କରୁଛନ୍ତି। ଘଟଣାସ୍ଥଳରେ ବନ କର୍ମଚାରୀ ପହଞ୍ଚି ଶବ ଜବତ କରିଛନ୍ତି।
ସୂଚନା ଅନୁସାରେ ହର ନିଜ ଅମଳ ଧାନକୁ ଖଳାରେ ଶୁଖାଇଥିଲେ। ତେବେ ରାତିରେ ସେ ଧାନକୁ ଜଗିବା ପାଇଁ ଖଳାରେ ଶୋଇଥିଲେ। ମଧ୍ୟରାତ୍ରିରେ ହାତୀପଲ ଆସି ଧାନ ଖାଇବା ସହ ହରଙ୍କୁ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ହରଙ୍କ ମୃତ୍ୟୁ ହୋଇଥିଲା। ସକାଳୁ ପରିବାର ଲୋକ ଖଳାରେ ପହଞ୍ଚି ହରଙ୍କ ମୃତଦେହ ଉଦ୍ଧାର କରିବା ସହ ବନ ବିଭାଗକୁ ଖବର ଦେଇଥିଲେ।

Advertisment

ତେବେ ହର ଜଣେ ଗରିବ ଚାଷୀ ହୋଇଥିବାବେଳେ ଚାଷବାସ କରି ପରିବାର ପ୍ରତିପୋଷଣ କରୁଥିଲେ। ତାଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦେବାକୁ ପରିବାର ଲୋକ ଦାବି କରିଥିଲେ। ବନ ବିଭାଗର ଅଧିକାରୀ ଘଟଣାସ୍ଥଳକୁ ପହଞ୍ଚି ଶବକୁ ଜବତ କରିବା ସହ ସରକାରୀ ନିୟମ ଅନୁସାରେ କ୍ଷତିପୂରଣ ଦିଆଯିବ ବୋଲି ଏସିଏଫ କହିଛନ୍ତି।