ବିନିକା: ଆଜି ବିନିକା ଏନଏସି ପକ୍ଷରୁ ନୂତନ ବସଷ୍ଟାଣ୍ଡରୁ ପୁରୁଣା ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଜଵରଦଖଲ ଉଚ୍ଛେଦ କରାଯାଇଛି। ବିନିକା ଏନଏସି ପକ୍ଷରୁ ଦୀର୍ଘ ଵର୍ଷ ହେବ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିଲା। କିନ୍ତୁ କେତେକ ବ୍ୟକ୍ତି ହାଇକୋର୍ଟଙ୍କ ଆଶ୍ରୟ ନେଇଥିବାରୁ ଉଚ୍ଛେଦ କାମ ହୋଇ ପାରୁନଥିଲା। କିନ୍ତୁ ହାଇକୋର୍ଟରୁ ଆଦେଶ ମିଳିବା ପରେ ସରକାରୀ ଜାଗାକୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିଲା।
ବର୍ଷାଦିନରେ ଉଚ୍ଛେଦ ହୋଇଥିବାରୁ ବେସାହାରା ହୋଇଥିବା ପରିଵାର ମଧ୍ୟରେ ଅଶାନ୍ତି ଦେଖାଦେଇଥିଲା । ଏନେଇ ତହସିଲଦାର ମୁକ୍ତେଶ୍ଵର ପାଣିଗ୍ରାହୀଙ୍କୁ ପଚରାଯିବାରୁ ଜନସାଧାରଣଙ୍କ ସହଯୋଗରେ ଶାନ୍ତିଶୃଙ୍ଖଳାର ସହ ଉଚ୍ଛେଦ କାର୍ଯ୍ୟ ଶେଷ ହୋଇଥିବା କହିଛନ୍ତି। ଏଥିଲାଗି ସେ ଜନସାଧାରଣ ଧନ୍ୟବାଦ ଜଣାଇବା ସହ ଅଗ୍ରାଧିକାର ଭିତ୍ତିରେ ଥଇଥାନ କରାଯିଵ ବୋଲି ତହସିଲଦାର ତଥା ଭାରାପ୍ରାପ୍ତ ଏନଏସି କାଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପାଣିଗ୍ରାହୀ ପ୍ରକାଶ କରିଛନ୍ତି। ଉଚ୍ଛେଦ ସମୟରେ ସୋନପୁର ଏସଡିପିଓ ପୁଷ୍ପାଞ୍ଜଳି ନିଙ୍ଗି, ଲଛିପୁର ଆଇଆଇସି , ବିନିକା ପୁଲିସ ଅଧିକାରୀଙ୍କ ସମେତ ଏନ୍ ଏସି କର୍ମଚାରୀମାନେ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/d361d4d3-d81c-4e1c-bce8-5a4786f2a633.jpg)