ସୁବର୍ଣ୍ଣପୁର: ବିନିକାରେ ବିଷପାନ କରି ଚାଷୀ ଆତ୍ମହତ୍ୟା ଅଭିଯୋଗ

ବିନିକା: ସୁବର୍ଣ୍ଣପୁର ଜିଲ୍ଲାର ବିନିକା ଥାନା ଭଣ୍ଡାର ପଂଚାୟତ ଚୁଲୀମାଳ ଗାଁରେ ମଙ୍ଗଳବାର ଜଣେ ଚାଷୀ ବିଷପାନ କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ ଚୁଲୀମାଳ ଗ୍ରାମର ଯୁବଚାଷୀ ମହନ କଲତା (୨୫) ଚକଡ଼ା ପୋକ ଓ ସାହୁକାରୀ ଋଣ ବୋଝକୁ ସହ୍ୟ କରିନପାରି ବିଷପିଇ ଆତ୍ମହତ୍ୟା କରିଛନ୍ତି।

ଅଭିଯୋଗ ଅନୁସାରେ ସେ ଆଜି ସକାଳ ୫ଟାରେ କୀଟନାଶକ ଔଷଧ ପିଇଥିଲେ। ଏହା ପରେ ଗୁରୁତର ହେବାରୁ ତାଙ୍କୁ ନିକଟସ୍ଥ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ମହନଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ମହନଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକଙ୍କ ପକ୍ଷରୁ କୁହାଯାଇଛି।

ମହନ ଗତ ଖରିଫ ଋତୁରେ ୫ ଏକର ଜମିରେ ଧାନ ଚାଷ କରିଥିଲେ। ଫସଲରେ ଚକଡ଼ା ପୋକ ଲାଗି ଯାଇଥିଲା। ଫଳରେ ଫସଲ ସଂପୂର୍ଣ୍ଣ ଭାବରେ ଉଜୁଡି ଯାଇଥିଲା। ସାତ ମାସ ତଳେ ସେ ବିବାହ କରିଥିଲେ। ଚକଡ଼ା ପୋକରେ ଧାନ ନଷ୍ଟ ହେବା ସହ ଋଣ ବୋଝ ପାଇଁ ସେ କିଛି ଦିନ ହେବ ଚିନ୍ତିତ ଥିଲେ।

ସମ୍ବନ୍ଧିତ ଖବର