ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ଥାନା ଅଞ୍ଚଳରେ ଏକ ଅଭାବନୀୟ କାଣ୍ଡ ଘଟିଥିବା ଜଣାଯାଇଛି l ବାପାଙ୍କୁ ହତ୍ୟା କରି ପୁଅ ଫେରାର୍ ହୋଇଯାଇଛନ୍ତି।
ପ୍ରାପ୍ତ ସୂଚନା ମୁତାବକ, ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ଥାନା ଅନ୍ତର୍ଗତ ଉଲୁଣ୍ଡା ବ୍ଲକର କାଦୋଦର ଗ୍ରାମ ପଞ୍ଚାୟତର ବୈରାଗୀପାଲି ଗ୍ରାମରେ ଗତକାଲି ସନ୍ଧ୍ୟାରେ ପୁଅ ଜଗମୋହନ ଘୁଟା ଓ ବାପା ଗଣ୍ଡା ଘୁଟାଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ଲାଗିଥିଲା।
ଏହି ସମୟରେ ଉତକ୍ଷିପ୍ତ ହୋଇ ପୁଅ ଜଗମୋହନ ଏକ ଧାରୁଆ ଅସ୍ତ୍ରରେ ବାପାଙ୍କୁ ଆକ୍ରମଣ କରିଥିଲେ। ଏହାଫଳରେ ଘଟଣାସ୍ଥଳରେ ହିଁ ବାପା ଗଣ୍ଡା ଘୁଟାଙ୍କର ମୃତ୍ୟୁ ଘଟିଥିଲା।

Advertisment

publive-image
ପରେ ଖବର ପାଇ ବୀରମହାରାଜପୁର ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିଲେ। ବୀରମହାରାଜପୁର ଥାନାର ଭାରପ୍ରାପ୍ତ ଅଧିକାରୀ ପ୍ରଭା ଧନ ଓ ବୀରମହାରାଜପୁର ଏସଡିପିଓ ଧୀରଜ ଚୋପଦlର ସେଠାରେ ତଦନ୍ତ ଚଳାଉଥିବାର ଖବର ମିଳିଛି।
ଅପରପକ୍ଷରେ ଏହି ଅଘଟଣ ଭିଆଇବା ପରେ ଅଭିଯୁକ୍ତ ପୁଅ ଜଗମୋହନ ଘୁଟା ଫେରାର୍ ହୋଇଯାଇଛନ୍ତି।