ସୁବର୍ଣ୍ଣପୁର ଜିଲ୍ଲା ନୋଡାଲ ଅଫିସରଙ୍କ ସମୀକ୍ଷା :ଫେବ୍ରୁ୍ରଆରି ସୁଦ୍ଧା ଶତପ୍ରତିଶତ ଆଧାର ଲିଙ୍କେଜ ପାଇଁ ନିର୍ଦ୍ଦେଶ

ସୋନପୁର: ଗୁରୁବାର ସ୍ଥାନୀୟ ସର୍କିଟ ହାଉସ୍‌ଠାରେ ବୟନ ଶିଳ୍ପ ସଚିବ ତଥା ସୁବର୍ଣ୍ଣପୁର ଜିଲ୍ଲା ନୋଡାଲ ଅଫିସର ଶୋଭା ଶର୍ମା ଜିଲ୍ଲାରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ ଯୋଜନାର ସମୀକ୍ଷା କରିଥିଲେ। ଜଳ ଓ ପରିମଳ ବିଭାଗ ପକ୍ଷରୁ ଜିଲ୍ଲାରେ ୭୬୦ଟି ଗ୍ରାମ ବାହ୍ୟ ମଳମୁକ୍ତ କରାଯାଇଥିବା ସୂଚନା ଦିଆଯାଇଥିଲା। ସେହିପରି ପିଜିସିଆଇଏଲ ପକ୍ଷ ଗ୍ରାମ୍ୟ ବିଦ୍ୟୁତକରଣ ଯୋଜନାରେ ଲକ୍ଷ୍ୟଧାର୍ଯ୍ୟ ଥିବା ୪୮୧ ଗ୍ରାମ ମଧ୍ୟରୁ ୪୦୩ଟି ଗ୍ରାମକୁ ବିଦ୍ୟୁତକରଣ କରାଯାଇଛି ବାକି ନଭେମ୍ବର ୨୦୧୮ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଡିଆର୍‌ଡିଏ ପକ୍ଷରୁ ଦିନ ଦୟାଲ ଗ୍ରାମୀଣ ବିଦ୍ୟୁତ ଯୋଜନା ମାଧ୍ୟମରେ ୬୯୪ଟି ଗ୍ରାମକୁ ବିଦ୍ୟୁତ ଯୋଗାଣ ଲକ୍ଷ୍ୟଧାର୍ଯ୍ୟ ରହିଥିବା ବେଳେ ଏହ ଫେବ୍ରୁଆରି ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ପରାମର୍ଶ ଦେଇଥିଲେ। ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ୯୩.୧୧ ପ୍ରତିଶତ ହିତାଧିକାରୀଙ୍କ ଆଧାର ଲିଙ୍କେଜ କରାଯାଇଛି ଏହ ଫେବ୍ରୁଆରୀ ସୁଦ୍ଧା ଶତ ପ୍ରତିଶତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ନୂତନ ଡିଆରଡିଏ ଗୃହ ନିର୍ମାଣ ପାଇଁ ୭ କୋଟି ଟଙ୍କା ବ୍ୟୟ ଅଟକଳ ପ୍ରସ୍ତୁତ ହୋଇଥିବା ଏବଂ ଏହା ଯୋଗାଇବା ଓ ଜିଲ୍ଲା ସଦର ମହକୁମାରେ ସ୍ତ୍ରୀ ଓ ପ୍ରସୂତି ବିଭାଗର ବିଶେଷଜ୍ଞ ନିଯୁକ୍ତି ପାଇଁ ମଧ୍ୟ ଦୃଷ୍ଟି ଆକର୍ଷଣ କରାଯାଇଥିଲା।

ଜିଲ୍ଲାରେ ୧୫୦ଟି ବୁଣାକାର ପରିବାରକୁ ଗ୍ରାମୀଣ ଆବାସ ଯୋଜନାରେ ଯଥା ଶିଘ୍ର ସାମିଲ କରିବାକୁ ପରାମର୍ଶ ଦେଇଥିଲେ। ତରଭାରେ ଥିବା ଜବାହାର ନବୋଦୟ ବିଦ୍ୟାଳୟ ଏବଂ ଡୁଙ୍ଗୁରିପାଲି ସ୍ଥିତ ଆଦର୍ଶ ବିଦ୍ୟାଳୟର ଖେଳ ପଡିଆର ଭିତିଭୂମି ପ୍ରତିଷ୍ଠା ଦିଗରେ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ଜିଲ୍ଲାରେ ଥିବା ପ୍ରାୟ ୫ ହଜାର ପୋଖରୀରେ ମତ୍ସ୍ୟ ଚାଷ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ କହିଥିଲେ। ସେହିପରି ଉଦ୍ୟାନ ବିଭାଗ ପକ୍ଷରୁ ବିଦ୍ୟାଳୟ ଗୁଡିକୁ ଫଳ ଚାରା ରୋପଣ କରିବା ଦିଗରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ବୈଠକରେ ଜିଲ୍ଲାପାଳ ଦାଶରଥି ଶତପଥୀ, ପିଡି ଡିଆର୍‌ଡିଏ ବିଶ୍ୱନାଥ ସାହୁ, ସୋନପୁର ଉପଜିଲ୍ଲାପାଳ ବଳରାମ ମଲ୍ଲିକ, ନିର୍ବାହୀ ଯନ୍ତ୍ରୀ ଜଳ ଓ ପରିମଳ ବିଭାଗ ବସନ୍ତ ମହାନ୍ତି, ନିର୍ବାହୀ ଯନ୍ତ୍ରୀ ଗ୍ରାମ୍ୟ ନିର୍ମାଣ ବିଭାଗ ସତ୍ୟବ୍ରତ ବେହେରା, ନିର୍ବାହୀ ଯନ୍ତ୍ରୀ ପୂର୍ତ୍ତ ବିଭାଗ ଜନ୍ମେଜୟ ବଡପଣ୍ଡା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ବସନ୍ତ ମଞ୍ଜରୀ ପହି, ଉପ କୃଷି ନିର୍ଦ୍ଦେେଶକ ପ୍ରଦୀପ ମହାନ୍ତି, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁନୀଲ ଦାଶ, ଡିଆଇପିଆରଓ ଭୁଜଙ୍ଗ ଭୂଷଣ ରାଓ ପ୍ରମୁଖ ଉପସ୍ଥିତ ଥିଲେ।
ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ନୋଡାଲ ଅଫିସର ବରିଷ୍ଠ ଆଇଏଏସ ଶୋଭା ଶର୍ମା ବୀରମହାରାଜପୁର ଗ୍ରସ୍ତରେ ଆସି ବିଭିନ୍ନ ବିଭାଗର ସମୀକ୍ଷା କରିଛନ୍ତି।

ଗୁରୁବାର ସକାଳେ ସେ ବୀରମହାରାଜପୁର ଆଦର୍ଶ ବିଦ୍ୟାଳୟରେ ପହଂଚି ଶିକ୍ଷକମାନଙ୍କ ସହିତ ଆଲୋଚନା କରିଥିଲେ। ବିଦ୍ୟାଳୟର ଖେଳ ପଡ଼ିଆ, ଲାଇବ୍ରେରି ଏବଂ ଖାଲି ପଡ଼ିଥିବା ପଦ ଉପରେ ଆଲୋଚନା କରିଥିଲେ। ଛାତ୍ରାବାସକୁ ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ପରାମର୍ଶ ଦେଇଥିଲେ। ପରେ ସ୍ଥାନୀୟ ଉପଖଣ୍ଡ ଡାକ୍ତରଖାନା ପରିଦର୍ଶନ କରି ସାରିବା ପରେ ପଂଚାୟତ ସମିତି ସଭାଗୃହ ଠାରେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହିତ ବିଭିନ୍ନ ବିଭାଗର ସମୀକ୍ଷା କରିଥିଲେ। ସମୀକ୍ଷା ବୈଠକରେ ଜିଲ୍ଲାପାଳ ଦାଶରଥି ଶତପଥୀ, ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡ. ଶୋଭାଚନ୍ଦ୍ର ମେହେର, ପିଡି ଡିଆରଡିଏ ବିଶ୍ୱନାଥ ସାହୁ, ଉପଜିଲ୍ଲାପାଳ ଗୋପୀନାଥ ସାରକା, ବ୍ଲକ ଅଧ୍ୟକ୍ଷ ସନ୍ତୋଷ ଭୋଇ, ବିଡିଓ ସଚିଦାନନ୍ଦ ହନୁମାନଙ୍କ ସହିତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ସମୀକ୍ଷା ପରେ ସୁବଳୟାସ୍ଥିତ କସ୍ତୁରବା ଗାନ୍ଧି ବାଳିକା ବିଦ୍ୟାଳୟ ପରିଦର୍ଶନ କରିଥିଲେ। ପରେ ଟିକିରାପଡ଼ା ଠାରେ ବୁଣାକାର ସୋସାଇଟି ପରିଦର୍ଶନ କରି ବୁଣାକାରଙ୍କ ସହିତ ଆଲୋଚନା କରିଥିଲେ।

ସମ୍ବନ୍ଧିତ ଖବର