ଚାକିରି କରାଇ ଦେବା ନାଁରେ ଠକେଇ, ୨ ଜଣ ଗିରଫ

ଡୁଙ୍ଗୁରିପାଲି/ଲଛିପୁର : ଡୁଙ୍ଗୁରିପାଲି ଥାନା ଲଛିପୁର ଫାଣ୍ଡି ଅସୁରମୁଣ୍ଡା ଗ୍ରାମରେ ଜଣେ ଝିଅକୁ ଚାକିରି କରାଇ ଦେବାକୁ କହି ତାଠାରୁ ଲକ୍ଷାଧିକ ଟଙ୍କା କରାଯାଇଥିବା ଅଭିଯୋଗ ହୋଇଛି। ଘଟଣାରେ ଲଛିପୁର ପୁଲିସ ଶନିବାର ୨ଜଣ ଅଭିଯୁକ୍ତ ସାମୁଏଲ ବାଗ ଓ ରାଧାକାନ୍ତ ତାଣ୍ଡିକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଅସୁରମୁଣ୍ଡା ଗ୍ରାମର ହିମାଞ୍ଚଳ ମେହେରଙ୍କ ଝିଅଙ୍କୁ ଡାଟା ଏଣ୍ଟ୍ରି ଅପରେଟର ଚାକିରି ଦେବାକୁ କହି କୋମନାର ସାମୁଏଲ ଓ ଅସୁରମୁଣ୍ଡା ଗାଁର ରାଧାକାନ୍ତ ଦେଢ଼ ଲକ୍ଷ ଟଙ୍କା ଦାବି କରିଥିଲେ। ହିମାଞ୍ଚଳ ପ୍ରଥମ କିସ୍ତିରେ ତାଙ୍କୁ ୭୫ ହଜାର ଟଙ୍କା ଦେଇଥିଲେ। ବର୍ଷେ ପରେ ୨ ଅଭିଯୁକ୍ତ ପୁଣି ୭୫ ହଜାର ଟଙ୍କା ମାଗିଥିଲେ। ଏନେଇ ହିମାଞ୍ଚଳ ଲଛିପୁର ଫାଣ୍ଡିରେ ଅଭିଯୋଗ କରିଥିଲେ। ଏସ୍‌ଆଇ ସରୋଜ ପାଣିଗ୍ରାହୀ କେସ୍‌ ନଂ ୨୦୭ ତା.୨୭/୧୧/୨୦ ଦଫା ୪୨୦/୩୪ ଆଇପିସିରେ ୨ଜଣଙ୍କୁ ଗିରଫ କରିଥିଲେ। ଏମାନେ ସ୍ଥାନୀୟ ଅଞ୍ଚଳର ଅନେକ ପିଲାଙ୍କ ଠାରୁ ଏଭଳି ଠକେଇ କରିଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର