ସୋନପୁର ସୁବର୍ଣ୍ଣପୁର ଜିଲ୍ଲା ଦେଇ ଦିନକୁ ଦିନ ଗଞ୍ଜେଇ ଚୋରା ଚାଲାଣ ବୃଦ୍ଧି ପାଇବାରେ ଲାଗିଛି। କେତେକ ପଡ଼ୋଶୀ ଜିଲ୍ଲାରେ ଗଞ୍ଜେଇ ଚାଷ ହୋଇ ସୁବର୍ଣ୍ଣପୁର ଜିଲ୍ଲା ଦେଇ ଚୋରା ଚାଲାଣ ହେଉଛି। ପ୍ରତ୍ୟେକ ଦିନ ଦୁଇ ଚକିଆ ଏବଂ ଚାରି ଚକିଆ ଯାନମାନଙ୍କୁ ଏହା ଚୋରା ଚାଲାଣ ହେଉଥିବା ଜଣାଯାଇଛି। ଏହି ଜିଲ୍ଲା ଦେଇ ବାହାର ଜିଲ୍ଳା ତଥା ଛତିଶଗଡ, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ ଆଦି ରାଜ୍ୟକୁ ସୋନପୁର ରାସ୍ତା ଦେଇ ଗଞ୍ଜେଇ ଚୋରା ଚାଲାଣ ହେଉଛି। ବର୍ତ୍ତମାନ ଗଞ୍ଜେଇ ଅମଳର ମାସ ହୋଇଥିବାରୁ ଏବେ ଗଞ୍ଜେଇ ଚୋରା ଚାଲାଣ ଅଧିକ ମାତ୍ରାରେ ବୃଦ୍ଧି ପାଇଛି। ବିଶେଷ କରି ପଡୋଶୀ ବୌଦ୍ଧ ଜିଲ୍ଳାରୁ ଗଞ୍ଜେଇ ମାଫିଆମାନେ ଗଞ୍ଜେଇ ଧରି ଚୋରା ଚାଲାଣ କରୁଥିବା ଅଭିଯୋଗ ହେଉଛି। ଗଞ୍ଜେଇ ମାଫିଆମାନଙ୍କ କିଛି ଅବକାରୀ ବିଭାଗ ଏବଂ ପୁଲିସ କର୍ମଚାରୀଙ୍କୁ ହାତ କରି ଏହି କାରବାର କରୁଥିବାରୁ ଜାଣି ଶୁଣି ସେମାନଙ୍କୁ ଧରୁନଥିବା ଅଭିଯୋଗ ହେଉଛି। ଗଞ୍ଜେଇ ଚୋରା ଚାଲାଣର କେନ୍ଦ୍ର ସ୍ଥଳ ସୋନପୁର ପାଲଟିଥିବା ବେଳେ ଅବକାରୀ ଏବଂ ପୁଲିସ ବିଭାଗ ପକ୍ଷରୁ ଯେତିକି ତତ୍ପରତା ପ୍ରକାଶ ପାଇବା ହେବା କଥା ତାହା ହେଉ ନାହିଁ। ଫଳରେ ଗଞ୍ଜେଇ ଚୋରା ଚାଲାଣ ବୃଦ୍ଧି ପାଉଛି। ଗଞ୍ଜେଇ ଚୋରା ଚାଲାଣ ରୋକିବାକୁ ପୁଲିସ ଏବଂ ଅବକାରୀ ବିଭାଗ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହେଉଛି।
ଗଞ୍ଜେଇ କରିଡର ପାଲଟିଛି ସୁବର୍ଣ୍ଣପୁର
/sambad/media/post_attachments/wp-content/uploads/2018/12/ganja-5.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)