ସୋନପୁର: ସୋନପୁର ବ୍ଲକ ଛକରେ ଅବକାରୀ ବିଭାଗ ପକ୍ଷରୁ ବିପୁଳ ପରିମାଣରେ ଗଞ୍ଜେଇ ଜବତ କରାଯାଇଛି। ଆମ୍ବୁଲାନ୍ସରେ ଛତିଶଗଡ଼କୁ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଥିଲା।
ଏହି ମାମଲାରେ ଜଣଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ହେଲେ ଛତିଶଗଡ଼ ରାୟପୁର ଜିଲ୍ଲା ତେଲିବନ୍ଧର ଉପେନ୍ଦ୍ର ସାହୁ(୩୦)। ସେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ପଟରୁ ଛତିଶଗଡ଼କୁ ଗଞ୍ଜେଇ ଚାଲାଣ କରୁଥିବାବେଳେ ସୋନପୁର ବ୍ଲକ ଛକରେ ସୋନପୁର ଅବକାରୀ ବିଭାଗ ଉପେନ୍ଦ୍ର ସାହୁଙ୍କୁ ଧରିଥିଲା। ଆମ୍ବୁଲାନ୍ସରୁ କୁଇଣ୍ଟାଲ ୨୦ କେଜି ଗଞ୍ଜେଇ ଜବତ କରାଯାଇଥିବାର ସୂଚନା ମିଳିଛି।
ଆମ୍ବୁଲାନ୍ସରେ ଛତିଶଗଡ଼କୁ ଚାଲାଣ ବେଳେ ଗଞ୍ଜେଇ ଜବତ: ଅଭିଯୁକ୍ତ ଗିରଫ
/sambad/media/post_attachments/wp-content/uploads/2023/02/1bcb4cd3-fee6-4339-9259-aeb59f94ee98.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)