ସୋନପୁର: ସୋନପୁର ବିନିକା ରାସ୍ତା କର୍ତ୍ତଙ୍ଗଠାରେ ୨୦କେଜି ୫ଶହ ଗ୍ରାମ ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ। ଖବର ପାଇ ସୋନପୁର ବିନିକା ରାସ୍ତା କର୍ତ୍ତଙ୍ଗଠାରେ ଅବକାରୀ ବିଭାଗ ଚଢ଼ଉ କରି ଧରିଛି। ଏହି ଘଟଣାରେ ମଧ୍ୟପ୍ରଦେଶର ଅନିଲ ସୋନି ଏବଂ ତାଙ୍କ ପତ୍ନୀ ରଜନୀ ସୋନୀଙ୍କୁ ଗିରଫ କରାଯାଇଛି। ଗାଡ଼ିରେ ପ୍ରେସ ଲେଖି ଗଞ୍ଜେଇ ଚାଲାଣ କରୁଥିଲେ ଦମ୍ପତି।