ଡୁଙ୍ଗୁରିପାଲି: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଶିବାନନ୍ଦ ପଡ଼ାର ସୁନ୍ଦର ଦଣ୍ଡସେନାଙ୍କ ୧୩ଟି ଛେଳି ମୃତ୍ୟୁ ହୋଇଥିବା ଜଣାଯାଇଛି। ସ୍ଥାନୀୟ ପ୍ରାଣୀ ଚିକିତ୍ସାଧିକାରୀ ରବିବାର ଗାଁକୁ ଆସିଥିଲେ। ସୋମବାର ଇଂଜେକ୍ସନ ଦିଆଯିବ ବୋଲି କହିଥିବା ପ୍ରକାଶ।
ଶ୍ରୀ ଦଣ୍ଡସେନାଙ୍କ ଅଭିଯୋଗରୁ ପ୍ରକାଶ, ଗତ ଶନିବାର ରାତିରେ ୮ଟି ଛେଳିଙ୍କ ହଠାତ୍ ମୃତ୍ୟୁ ହୋଇଯାଇଥିବା ବେଳେ ରବିବାର ସକାଳେ ୫ଟି ଛେଳିର ମୃତ୍ୟୁ ହୋଇଛି। ସର୍ବମୋଟ ୪୦ଟି ମଧ୍ୟରୁ ଆଉ କେତେକ ଛେଳି ଝାଉଁଳି ରହୁଥିବା ଅଭିଯୋଗ ହୋଇଛି। ଏନେଇ ସେ ପୂର୍ବରୁ ପ୍ରାଣୀ ଚିକିତ୍ସାଧିକାରୀଙ୍କଠାରେ ଅଭିଯୋଗ କରିଥିଲେ। ହେଲେ ଔଷଧ ନଥିବା କହିଥିବା ବେଳେ ରବିବାର ତଦନ୍ତ କରିବା ପରେ ସୋମବାର ଇଂଜେକ୍ସନ ଦିଆଯିବ ବୋଲି କହିଥିଲେ। ଛେଳି ପାଳକ ଶ୍ରୀ ମହାନନ୍ଦଙ୍କୁ ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି।
ଡୁଙ୍ଗୁରିପାଲିରେ ଛେଳି ମଡ଼କ, ୧୩ ମୃତ
/sambad/media/post_attachments/wp-content/uploads/2019/05/sonrpur-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)