ବିନିକା: ସୁବର୍ଣ୍ଣପୁର ଜିଲ୍ଲା ରାମପୁର କେନାଲ ଡିଭିଜନ ଅଧୀନସ୍ଥ ବରଗଡ଼ କେନାଲ- ଭିମଟିକିରା ଡିଷ୍ଟିବୁଟେରି ର ଭିମଟିକିରା ସଂସାମୁରା କେନାଲର ବିନିକା ବ୍ଳକ ଅନ୍ତର୍ଗତ ମେଘେଲା ପଞ୍ଚାୟତ ସାହାଜବାହାଲ ଗାଁ ନିକଟରେ ବିରାଟ ଘାଇ ସୃଷ୍ଟି ହୋଇଛି। ଗତ ଜୁନ ୨୦ ତାରିଖରୁ ହୀରାକୁଦ ଡ୍ୟାମରୁ କେନାଲରେ ପାଣି ଛଡ଼ା ଯାଇଥିଲା। କିନ୍ତୁ ଗୋଟିଏ ମାସ ଵିତିଥିଲେ ମଧ୍ୟ ଟେଲ ଅଞ୍ଚଳରୁ ପାଣି ପହଞ୍ଚି ପାରୁନଥିଵାରୁ ଚାଷକାର୍ଯ୍ୟ ଆଗେଇ ପାରୁନଥିବା ଚାଷୀ ଅଭିଯୋଗ କରୁଥିଲେ ।
ଆଜି ସଂସାମୁରା କେନାଲ ଟେଲକୁ ପହଞ୍ଚିଲା ବେଳକୁ କେନାଲରେ ଘାଇ ହୋଇଯିବାରୁ ପୁଣି ପାଣି ବନ୍ଦ ହୋଇଗଲା। କେନାଲରେ ଘାଇ ସୃଷ୍ଟି ହେବା ଯୋଗୁ ସାହାଜବାହାଲ ସମେତ ବିଭିନ୍ନ ଗ୍ରାମଗୁଡ଼ିକର ଶହ ଶହ ଏକର ଚାଷଜମି ଜଳମଗ୍ନ ହୋଇ କେତେ ଜମି ବାଲିଚର ହୋଇଯାଇଛି। ଧାନ କ୍ଷେତରେ ପାଣି ପଶିବା ଯୋଗୁ ଫସଲ ନଷ୍ଟ ହୋଇଯିବ ବୋଲି ଚାଷୀମାନେ ଚିନ୍ତାରେ ପଡ଼ି ଯାଇଛନ୍ତି।
ସୂଚନାଯୋଗ୍ୟ, ଜୁଲାଇ ୧୮ ତାରିଖରେ ହୀରାକୁଦ ଡ୍ୟାମର ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଥିଲା। ପରମ୍ପରା ଅନୁସାରେ ପୂଜାର୍ଚ୍ଚନା ପରେ ପ୍ରଥମେ ୭ ନମ୍ବର ସ୍ଲୁଇସ୍ ଗେଟ୍ ଖୋଲାଯାଇଥିଲା। ହୀରାକୁଦ ଡ୍ୟାମ୍ର ଉପରମୁଣ୍ଡ ଛତିଶଗଡ଼ରେ ପ୍ରବଳ ବର୍ଷା ହେବା ଯୋଗୁ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି।
ହୀରାକୁଦ ଡ୍ୟାମ୍ ପାଣି ମାଡ଼ି ଆସିବାରୁ ଘାଇ, ଶହ ଶହ ଏକର ଚାଷଜମି ଜଳମଗ୍ନ
/sambad/media/post_attachments/wp-content/uploads/2022/07/938a0124-af2f-4319-9f48-1c1568fafde7-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)