ଡୁଙ୍ଗୁରିପାଲି: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି-ରାମପୁର ରୋଡସ୍ଥିତ ଇନ୍ଦୁରେଖା ରାଇସମିଲରେ ବୁଧବାର ବେକରେ ବେଲ୍ଟ ଲାଗି ଯିବାରୁ ଶ୍ରମିକ ଜଗନ୍ନାଥ ବିଶ୍ୱାଳ(୪୦)ଙ୍କ ମୃତ୍ୟୁ ଘଟିଛି।
ଗଧାପାଲି ଗାଁର ଜଗନ୍ନାଥ ଉକ୍ତ ରାଇସ୍ମିଲରେ ଶ୍ରମିକ ଥିଲେ। ବୁଧବାର ଭୋରରେ ପ୍ରାୟ ୩୦ ଫୁଟ ଉଚ୍ଚରେ ଥିବା ଏକ ସ୍ଥାନରେ କାମ କରୁଥିବା ବେଳେ ହଠାତ୍ ତାଙ୍କ କପଡ଼ା ବେଲ୍ଟରେ ଲାଗି ଯାଇ ବେକରେ ଗୁଡ଼େଇ ହୋଇଯିବାରୁ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ଗଧାପାଲିର ଶତାଧିକ ବ୍ୟକ୍ତି ମିଲକୁ ଯାଇ ଶବ ରଖି କ୍ଷତିପୂରଣ ଦାବି କରିଥିଲେ। ଘଟଣାସ୍ଥଳକୁ ମିଲ ମାଲିକ ନରେଶ ପତି ଆସି ନଥିବା ବେଳେ ଉକ୍ତ ମିଲ ଦାୟିତ୍ୱରେ ଥିବା ସମ୍ବଲପୁରର କୁମାର ବାବୁ ଓ ଶିବମ୍ ଫୁଡ ରାଇସମିଲ ମାଲିକ ସୀତାରାମ ମେହେର ଆସି ଗ୍ରାମବାସୀଙ୍କ ସହ ଆଲୋଚନା କରି ମୃତକ ପରିବାରକୁ ଆର୍ଥିକ ସହାୟତା ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଶବ ବ୍ୟବଚ୍ଛେଦ ପରେ ଗଧାପାଲି ଗ୍ରାମରେ ଅନ୍ତେଷ୍ଟି କରାଯାଇଥିଲା।
ରାଇସମିଲ୍ ବେଲ୍ଟରେ ବେକ ଲାଗି ଶ୍ରମିକ ମୃତ
/sambad/media/post_attachments/wp-content/uploads/2018/01/dead-body1-5.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)