୧.୭୦ ଲକ୍ଷ ଟଙ୍କା ଠକେଇର ଶିକାର ହେଲେ ଯୁବତୀ

ସୋନପୁର: ସୋନପୁର ଘୋଡାଘାଟପଡ଼ାର ଜଣେ ଶିକ୍ଷିତା ଯୁବତୀ ୧ଲକ୍ଷ ୭୦ ହଜାର ଟଙ୍କା ଠକେଇର ଶିକାର ହୋଇଛନ୍ତି। ତେବେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାଯାଇଛି।

ସୋନପୁର ଘୋଡାଘାଟପଡାର ନିମାଇଁ ଚରଣ ଗିରିଙ୍କ ଝିଅ ସୁଜାତା ଗିରି ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ରହି ଅନଲାଇନରେ କାର୍ଯ୍ୟ କରନ୍ତି। ସେ ପ୍ରସ୍ତୁତ କରିଥିବା ଏକ ପ୍ରକଳ୍ପ ପାଇଁ ୧୦ ହଜାର ବ୍ରିଟିଶ ପାଉଣ୍ଡ ଯାହାକି ଭାରତୀୟ ମୁଦ୍ରାରେ ୮ ଲକ୍ଷ ଟଙ୍କା ହେବ ତାହା ରୟାଲ ବ୍ୟାଙ୍କ ଅଫ ସ୍କଟଲାଣ୍ଡରୁ ପାଇବା ସମ୍ପର୍କରେ ଗତ ୨୬ ଫେବ୍ରୁଆରି ୨୦୧୬ରେ ତାଙ୍କ ପାଖକୁ ଇମେଲ ଆସିଥିଲା। ମେଲ ପଠାଇଥିବା ବ୍ୟକ୍ତିଙ୍କ ସହିତ ଫୋନରେ ସୁଜାତା କଥାବାର୍ତ୍ତା ହୋଇଥିଲା। ଏହି ଟଙ୍କା ପାଇବା ପାଇଁ ପ୍ରଥମେ ୪୭ ହଜାର ୪୯୯ ଟଙ୍କା ଜମା କରିବାକୁ କହି ସେମାନେ କେତେକ ଆକାଉଣ୍ଟନ ନମ୍ବର ଦେଇଥିଲେ। ଏହି ଆକାଉଣ୍ଟଗୁଡ଼ିକ ରାଜସ୍ଥାନ କୋଟାର ଷ୍ଟେଟ୍‌ବ୍ୟାଙ୍କରେ ରହିଛି। ସୁଜାତା ୪୭ ହଜାର ୪୯୯ ଟଙ୍କା କରିବା ପରେ ସେମାନେ ପୁଣି ଦ୍ୱିତୀୟ ପର୍ଯ୍ୟାୟରେ ୯୪ ହଜାର ୨ଶହ ଟଙ୍କା ଡିପୋଜିଟ କରିବାକୁ କହିଥିଲେ।

ସେ ନେହେମିନ ଲାଲା ହାଓକି ଆକାଉଣ୍ଟକୁ ୨୫ ହଜାର, ଜେମ୍ସ ଲାଲରେମ୍ରିୟଟ ଆକାଉଣ୍ଟକୁ ପ୍ରଥମ ପର୍ଯ୍ୟାୟରେ ୫୦ ହଜାର ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୧୦ ହଜାର ସେହିପରି ସେମଗୋଲେନଙ୍କ ଆକାଉଣ୍ଟକୁ ୪୪ ହାଜର ୨ ଶହ ଟଙ୍କା ଟ୍ରାନ୍ସଫର କରିଥିଲେ। ପରେ ଠକମାନେ ପୁଣି ଟେକ୍ସଟ କୋଡ ପାଇଁ ୧ ଲକ୍ଷ ୪୫ ହଜାର ୧୯୯ ଟଙ୍କା ଡିପୋଜିଟ କରିବାକୁ କହିବା ପରେ ସୁଜାତା ଠକାମିର ଶିକାର ହେଉଥିବା ଜାଣି ସୋନପୁର ଷ୍ଟେଟବ୍ୟାଙ୍କକୁ ଜଣାଇଲା ପରେ ଟଙ୍କା ଟ୍ରାନ୍ସଫର ହୋଇଥିବା ଆକଉଣ୍ଟମାନଙ୍କୁ ବ୍ୟାଙ୍କ କର୍ତ୍ତୃପକ୍ଷ ହୋଲ୍ଡ କରି ଦେଇଥିଲେ। ସେହିପରି ସୁଜାତା ଏ ନେଇ ସୁଜାତା ଭୁବନେଶ୍ୱରର ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ। ଏହି ଠକ ମାନଙ୍କ ମଧ୍ୟରୁ ଗତ ୧୯ ତାରିଖ ଦିନ ମଣିପୁର ନିବାସୀ ନେହେମିନ ଲାଲ ହାଓକି ସୋନପୁର ଷ୍ଟେଟବ୍ୟାଙ୍କକୁ ଆସି ନିଜର ଆକାଉଣ୍ଟ ସଚଳ କରିବାକୁ ମୁଖ୍ୟ ପରିଚାଳକଙ୍କୁ କହିଥିଲେ। ତେବେ ସନ୍ଦେହରେ ପୁଲିସକୁ ଖବର ଦେବା ପରେ ସୋନପୁର ପୁଲିସ ନେହେମିନଙ୍କୁ ଥାନାରେ ଅଟକ ରଖି ଲକ୍ଷ୍ମୀସାଗର ଥାନାକୁ ଖବର ଦେଇଥିଲେ ପରେ ଲକ୍ଷ୍ମୀସାଗର ପୁଲିସ ସୋନପୁର ଆସି ନେହେମିନକୁ ନେଇଯାଇଛି।

ସମ୍ବନ୍ଧିତ ଖବର