ବିନିକା: ସୋନପୁର-ବିନିକା ମୁଖ୍ୟ ରାସ୍ତାରେ ଗୁରୁବାର ରାତି ପିସ୍ତଲ ଦେଖାଇ ଲୁଟେରାମାନେ ଲୁଟ୍ କରିଛନ୍ତି। ଲୁଟେରାମାନେ ରାସ୍ତାକୁ ବନ୍ଦକରି ପିସ୍ତଲ, ଖଣ୍ଡା ଓ ଠେଙ୍ଗା ଦେଖାଇ ଚାରିଚକିଆ ଯାନକୁ ଅଟକାଇ ଟଙ୍କା ମୋବାଇଲ ଓ ଗାଡ଼ିଚାବି ଲୁଟ କରି ପୁଲିସକୁ ଚ୍ୟାଲେଞ୍ଜ କରିଛନ୍ତି। ବିନିକା ଥାନାରେ ନୂତନ ଭାବରେ ଯୋଗଦାନ କରିଥିବା ଆଇଆଇସି ରାଜେନ୍ଦ୍ର ସାମରିଆ ଘରକୁ ନପୁସୁଣୁ ଚାଳ ବାଜିଲା ସଦୃଶ୍ୟ ସୃଷ୍ଟି ହୋଇଛି ।
ବିନିକା ଅଞ୍ଚଳରେ ଳାଗିରହିଥିବା ଗୁଳିଚାଳନା, ଟଙ୍କା ଲୁଟ, ଦୋକାନ ଚୋରୀ ସହ ଅନ୍ୟାନ୍ୟ ଅସାମାଜିକ କାର୍ଯ୍ୟ କ୍ରମ ଦିନକୁ ଦିନ ବଢ଼ି ଚାଲିଥିବାରୁ ଜନସାଧାରଣଙ୍କର ଜୀବନ ପ୍ରତି ବିପଦ ସୃଷ୍ଟି କରିଛି। ଦୀର୍ଘ ଦିନରୁ ପୁଲିସର ସ୍ଥାଣୁତା ଉପରେ ଜନସାଧାରଣ ଅଙ୍ଗୁଳି ନିଦେର୍ଶ କରି ଚାଲି ଥିଲେ । ଆଇଆଇସି ସାମରିଆ ଏହି ଘଟଣା ତଦନ୍ତର ମୋଡ଼ କେଉଁ ଆଡ଼େ ଯିବ ଅଞ୍ଚଳର ଜନସାଧାଣ ଅପେକ୍ଷା କରି ବସିଛନ୍ତିି । ଲୋଇସିଂହା ଫାସଡ଼ ଗ୍ରାମର କରୁଣା ନାଏକ ବିନିକା ଥାନାରେ କରିଥିବା ଅଭିଯୋଗ ଅନୁସାରେ ସୋନପୁରରୁ ରାତି ୧୦ଟା ୨୦ ରେ ଏକ କାର (ଓଡ଼ି ୦୩ସି ୦୪୩୦)ରେ ବିନିକା ଦେଇ ନିଜଗ୍ରାମକୁ ଫେରୁଥିଲା ବେଳେ ଭବିଷ୍ୟତ ସ୍କୁଲ ସମ୍ମୁଖରେ ପୁଲିସ ଷ୍ଟପର ଦୁଇଟାକୁ ରାସ୍ତା ମଝିରେ ରଖି ଆଠଜଣ ଠେଙ୍ଗା ବାଡ଼ିଧରି ମୁଁହରେ କପଡ଼ା ବାନ୍ଧି ଗାଡ଼ିକୁ ଅଟକାଇଥିଲେ ।
/sambad/media/post_attachments/wp-content/uploads/2019/02/Binka1-1-300x206.jpg)
ଲୋଇସିଂହା ଥାନା ଗୋପୀନାଥ ମହାକୁର ଡ଼୍ରାଇଭର ମୁଣ୍ଡରେ ପିସ୍ତଲ ଲଗାଇ ଟଙ୍କା ଓ ଗାଡ଼ି ଚାବି ଦିଅ କହି ଗାଡ଼ିଚାବି ଓ ଏକ ମୋବାଇଲ ଲୁଟି ନେଇଥିଲେ । ଅନ୍ୟମାନେ ବାଡ଼ିରେ ଗିଡ଼ିର କାଚ ଭାଙ୍ଗିବା ସହ ଗାଡ଼ିରେ ଥିବା ସମସ୍ତଙ୍କୁ ମାଡ଼ଡପିଟ କରି ମୋର ପାଖରେଥିବା ୨୬୯୪୦ ଛଡ଼ାଇ ନେଇଯାଇଥିଲେ ।
ଫେଟ୍ରୋଲିଙ୍ଗରେ ଥିବା ପୁଲିସ ଘଟଣା ସ୍ଥଳରେ ପହଞ୍ଚିବାରୁ ସେମାନେ ବ୍ୟବହାର କରିଥିବା ବାଇକ ଛାଡ଼ି ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇ ଚାଲିି ଯାଇଥିଲେ । ବିନିକା ପୁଲିସ ବାଇକ (ଓଡ଼ି ୩୧ଡ଼ି ୨୩୯୩ ଏବଂ ଓଡ଼ି ୧୭ଇ ୭୪୮୦କୁ ଜବତ କରିବା ସହ ତଦନ୍ତ ଜାରି ରଖିଛି । ଏପର୍ଯ୍ୟନ୍ତ କାହାରିକୁ ଗିରଫ କରାଯାଇ ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/02/Binka-1.jpg)