ଉଲୁଣ୍ଡା(କୁଶ ବଘାର): ସୁବର୍ଣ୍ଣପୁର ଜିଲ୍ଲାର ସଂସ୍କୃତି ଯେତିକି ପ୍ରାଚୀନ ତାର ଐତିହ୍ୟ ସେତିକି ବଳିଷ୍ଟ। ନଦୀ, ପାହାଡ଼, ଝରଣା ତଥା ସବୁଜ ବନାନୀରେ ଐତିହାସିକ ଗଡ଼ଜାତର ଆଧ୍ୟାତ୍ମିକ ଇତିହାସ ବି ବେଶ ପ୍ରାଚୀନ ଓ ମହାନ। ଜିଲ୍ଲାରେ ଭରି ରହିଛି ଅନେକ ପର୍ଯ୍ୟଟନସ୍ଥଳୀ, ଯାହାକୁ ନେଇ ସାରା ଦେଶରେ ରହିଛି ଅନେକ ସ୍ୱତନ୍ତ୍ରତା। ଜିଲ୍ଲା ସଦର ମହକୁମାର ୧୦୮ ମନ୍ଦିରକୁ ବାଦ ଦେଲେ ଚାରିଆଡ଼େ ବିଛାଇ ହୋଇ ରହିଛି ଅନେକ ଶୈବ, ବୈର୍ଷ୍ଣବ ଓ ଅନେକ ଶକ୍ତୀ ପୀଠ। ଆଉ ଏସବୁ ପ୍ରାଚୀନ ଶକ୍ତି ପୀଠକୁ ଦେଖିବା ସହ ପ୍ରଭୁ କୃପା ଲାଭ କରିବାକୁ ବର୍ଷର ସବୁ ସମୟରେ ଶ୍ରଦ୍ଧାଳୁ ତଥା ପର୍ଯ୍ୟଟକଙ୍କ ସୁଅ ଛୁଟେ। ତେବେ ଏସବୁ ଭିତରେ ଟକିଏ ଭିନ୍ନ ଆକର୍ଷଣ ରଖେ ଉଲୁଣ୍ଡା ନିକଟରେ ଥିବା ମା’ ମେଟାକାନୀଙ୍କ ମନ୍ଦିର। ଏବେ ପାର୍ବଣ ପାଇଁ ମାଁଙ୍କ ମନ୍ଦିରେ ବେଶ ଗହଳି ଦେଖିବାକୁ ମିଳିଛି।
ସିଂହାସନ ଜଂଗଲ ମଧ୍ୟରେ ରହିଛି ଭବ୍ୟ ମନ୍ଦିର। ମୁଖ୍ୟରାସ୍ତାରୁ ଏକ କିଲୋମିଟର ଜଂଗଲ ଭିତରକୁ ଗଲେ ରହିଛି ମା’ଙ୍କ ଶକ୍ତି ପୀଠ। ଏକ ସୁନ୍ଦର ପରିବେଶ ମଧ୍ୟରେ ରହିଥିବା ମା’ଙ୍କ ଏହି ମନ୍ଦିରକୁ ବର୍ଷ ତମାମ ଛୁଟେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସୁଅ।
ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର-ସମ୍ବଲପୁର ରାଜ୍ୟ ରାଜପଥରେ ଗଲେ ଉଲୁଣ୍ଡା ସହରର ଅନତି ଦୂରରେ ରହିଛି ମା’ ମେଟାକାନୀଙ୍କ ଶକ୍ତି ପୀଠ। ରାସ୍ତାକଡ଼ରେ ଦେବୀ ମା’ ମେଟାକାନୀଙ୍କ ଏକ ଛୋଟ ମନ୍ଦିର ରହିଛି। କିନ୍ତୁ ନିକଟରେ ଥିବା ସିଂହାସନ ଜଂଗଲ ମଧ୍ୟରେ ରହିଛି ଭବ୍ୟ ମନ୍ଦିର। ମୁଖ୍ୟରାସ୍ତାରୁ ଏକ କିଲୋମିଟର ଜଂଗଲ ଭିତରକୁ ଗଲେ ରହିଛି ମା’ଙ୍କ ଶକ୍ତି ପୀଠ। ଏକ ସୁନ୍ଦର ପରିବେଶ ମଧ୍ୟରେ ରହିଥିବା ମା’ଙ୍କ ଏହି ମନ୍ଦିରକୁ ବର୍ଷ ତମାମ ଛୁଟେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସୁଅ। ଯିଏ ଯେଉଁ ମନୋସ୍କାମନା ନେଇ ଆସିଲେ ତାହା ପୁରଣ ହେବାର ବିଶ୍ୱାସ ରହିଥିବାରୁ ଜିଲ୍ଲା ତଥା ରାଜ୍ୟ ବାହାରୁ ଏଠାକୁ ଭକ୍ତଙ୍କ ସୁଅ ଛୁଟେ। ବର୍ଷ ତମାମ ମା’ଙ୍କ ପୀଠକୁ ଭକ୍ତମାନେ ଆସୁଥିଲେହେଁ ପାର୍ବଣ ଆସିଲେ ଟିକଏ ଅଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମେ ଏହି ପୀଠରେ।
ଶ୍ରଦ୍ଧାଳୁଙ୍କ କହିବା ଅନୁସାରେ ସବୁବର୍ଷ ଭଳି ଚଳିତବର୍ଷ ମଧ୍ୟ ଦଶହରା ଅବସରରେ ମା’ଙ୍କ ପୂଜା ରୀତିନୀତିରେ ଚାଲିଛି। ମୂଳାଷ୍ଟମୀରୁ ମା’ଙ୍କ ପୂଜା ଆରମ୍ଭ ହୋଇ ପୂର୍ଣ୍ଣମୀରେ ଶେଷ ହୋଇଥାଏ। ତେବେ ଏହି ସମୟରେ ମା’ଙ୍କ ପାଖରେ ମୁଣ୍ଡିଆମାରି ଗୁହାରୀକଲେ ମନୋସ୍କାମନା ପୂରଣ ହୁଏ। ବିଶ୍ୱାସ ରହଛି ମା’ଙ୍କ ପାଖରେ ଗୁହାରି କଲେ ହଜିଯାଇଥିବା ଜିନିଷ ମିଳିଯାଏ। ସେହିଭଳି ଅପୁତ୍ରିକ ପୁତ୍ର ସନ୍ତାନ ସହ ଅନ୍ୟା ମନୋସ୍କାମନା ମଧ୍ୟ ପୁରଣ ହୁଏ। ସେଇଥିପାଇଁ ତ ଥରେ ମାଙ୍କ ପାଖରେ ଗୁହାରି କରି ଯାଇଥିବା ଶ୍ରଦ୍ଧାଳୁ ମନୋସ୍କାମନା ପୂରଣ ହେବାପରେ ପୁଣିଥରେ ମା’ଙ୍କ ପାଖକୁ ଆସି ମୁଣ୍ଡିଆ ମାରନ୍ତି।