ସୋନପୁର: ସୁବର୍ଣ୍ଣପୁର ଜିଲ୍ଲାରେ ମହୁଲି ମଦ କାରବାର ବୃଦ୍ଧି ପାଉଥିବାରୁ ସାଧାରଣରେ ବିସ୍ମୟ ପ୍ରକାଶ ପାଇଛି । ଜିଲ୍ଲାର ଗ୍ରାମାଂଚଳ ମାନଙ୍କରେ ଏହା କୁଟୀର ଶିଳ୍ପରେ ପରିଣତ ହେଲାଣି। ମଦଭାଟି ମାଲିକମାନେ ବେଆଇନ ଭାବରେ ଗ୍ରାମମାନଙ୍କୁ କୁଚିଆ ବେପାରି ସୃଷ୍ଟି କରି ବେଆଇନ ଭାବରେ ମଦ ବ୍ୟବସାୟ କରିବାରେ ଲାଗିଥିବାବେଳେ ଏନେଇ କିନ୍ତୁ ପୁଲିସ ଏବଂ ଅବକାରୀ ବିଭାଗ ହାତ ବାନ୍ଧି ବସିଛି। ମଦଭାଟି ମାଲିକମାନେ ଅବକାରୀ ଏବଂ ପୁଲିସ କର୍ମଚାରୀମାନଙ୍କୁ ହାତ କରି ଏଭଳି କାରବାର ଚଳାଇଛନ୍ତି। ସହରାଂଚଳରେ ମଧ୍ୟ ବିଭିନ୍ନ ବସ୍ତିରେ ଏହି କାରବାର ଚାଲିଛି । କେବେ କେମିତି ବେଆଇନ କୁଚିଆ ମଦ ବେପାରୀଙ୍କୁ ପୁଲିସ ଏବଂ ଅବକାରୀ ବିଭାଗ ଧରୁଥିଲେ ମଧ୍ୟ ତାହ କେବଳ ଲୋକ ଦେଖାଣିଆ ବୋଲି ଅଭିଯୋଗ ହେଉଛି। କୁଚିଆ ମଦ ବେପାରୀଙ୍କ ସଂଖ୍ୟା ବଢିଥିବାରୁ ଅସାମାଜିକ କାର୍ଯ୍ୟ ମଧ୍ୟ ବଢ଼ୁଛି। ଏହି କାରବାର ରୋକିବାକୁ ପୁଲିସ ଏବଂ ଅବକାରୀ ବିଭାଗ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହେଉଛି ।
ସୁବର୍ଣ୍ଣପୁର ଜିଲ୍ଲାରେ ମହୁଲି ମଦ କାରବାର ବୃଦ୍ଧି
/sambad/media/post_attachments/wp-content/uploads/2018/06/drinking-wine-1-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)