ସୁବର୍ଣ୍ଣପୁର: ବାରାହା ଫାସରେ ପଡ଼ି ଜଣେ ଗୁରୁତର

ବିନିକା: ସୁବର୍ଣ୍ଣପୁର ଜିଲ୍ଲାର ବିନିକା ବ୍ଳକ ଚରଦା ଗ୍ରାମର ପ୍ରଶାନ୍ତ କୁମାର ଥନାପତି (୪୫) ବିଳକୁ ପାଣି ଲଗାଇବାକୁ ଯାଇ ବାରାହା ପାଇଁ ଫାସ ପଡ଼ିଥିବାରେ ଗୋଡ଼ ଲାଗିଯିବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସୁଚନାଯୋଗ୍ୟ ସଂନ୍ଧ୍ୟା ସମୟରେ ନିଜ ଜମି ଥିବା ଚରଦାର ବିଶାଳଭାଡ଼ି ପାଖରେ ଚଉକିନାଳରେ ଉଠା ଜଳସେଚନ ପମ୍ପକୁ ଚାଳୁ କରିବାପାଇଁ ନିଜ ବଡ଼ଭାଇ ବଲିଷ୍ଟ ଥନାପତିଙ୍କ ସାଙ୍ଗରେ ଯାଇଥିଲେ । ସେଠାରେ ପମ୍ପରୁ ପାଣି ନ ବାହାରିବାରୁ ଗୋବର ପାଇଁ ପ୍ରଶାନ୍ତ ଚଉକିନାଳ ଅନ୍ୟପଟକୁ ଲିଲାସାହାଜି ବିଦ୍ୟାମନ୍ଦିର ପାଖକୁ ଯାଇଥିଲେ।

ପୂର୍ବରୁ ନାଳ ସେପଟେ ବାରାହା ମାରିବା ପାଇଁ ୧୧ କେଭି ବିଦ୍ୟୁତ ତାର ବିଛା କେହି ଜଣେ ବିଛାଇ ଥିଲେ । ସେହି ଯନ୍ତାରେ ହଠାତ ପ୍ରଶାନ୍ତର ଡ଼ାହାଣ ଗୋଡ଼ ବାଜି ଯିବାରୁ ପଡ଼ି ଯାଇଥିଲେ ଏବଂ ଅଳ୍ପକେ ବର୍ତ୍ତି ଯାଇଥିଲେ । ତାଙ୍କ ବଡ଼ଭାଇ ଘଟଣା ସ୍ଥଳରୁ ଉଦ୍ଧାର କରି ବିନିକା ଡାକ୍ତରଖାନାକୁ ଆଣିଥିଲେ । ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ପଠାଇ ଦିଆହୋଇଛି ।

ଏହିପରି ସବୁ ଦିନ ବିନିକା ବିଭିନ୍ନ ଅଞ୍ଚଳରେ ଏପରି ବରାହ ମାରିବା ପାଇଁ ତାର ଟାଣି ଫାସ ବସା ହୋଇ ଦୈନନ୍ଦିନ ବରାହ ମରାହେଉଥିବା ଅଭିଯୋଗ ହୋଇଆସୁଛି । ଏଣୁ ଏଥିପ୍ରତି ଜଙ୍ଗଳ ବିଭାଗ ଦ୍ରୁଷ୍ଟି ଦେବାକୁ ଜନସାଧାରଣରେ ଦାବି ହେଉଛି । ପ୍ରଶାନ୍ତ ଗରିବ ପରିବାର ହୋଇଥିବାରୁ ଚିକିତ୍ସା ପାଇଁ ସରକାରୀ ସହଯୋଗ ଦେବାସହ ଦୁର୍ବୃତ୍ତମାନଙ୍କୁ ଧରିବାକୁ ଦାବି ହେଉଛି ।

ସମ୍ବନ୍ଧିତ ଖବର