ବୀରମହାରାଜପୁର: କଳା, ଐତିହ୍ୟ,ସଂସ୍କୃତି ଆଉ ପରମ୍ପରାକୁ ଉଜ୍ଜିବିତ କରିବା ପାଇଁ ସୂକ୍ଷ୍ମ ସୂତାର କାରିଗରଙ୍କ ଥାଏ ନିଆରା ପ୍ରୟାସ । କେତେବେଳେ ଦୀପାବଳି ଶାଢ଼ି ତ ଆଉକେତେବେଳେ ଫ୍ରେଣ୍ଡସ୍ ଶାଢ଼ି, ଗଞପା ଶାଢ଼ି ତ କେତେବେଳେ ଯୋଗ ଶାଢ଼ି ତିଆରି କରି ଚର୍ଚ୍ଚାରେ ରହିଆସିଥାନ୍ତି ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ଅଞ୍ଚଳର ବାନ୍ଧଶିଳ୍ପୀମାନେ। ଏବେ ପୁଣି ପବିତ୍ର କାର୍ତ୍ତିକ ମାସର ପୂର୍ଣ୍ଣିମା ତିଥିରେ ହେଉଥିବ ବୋଇତ ବନ୍ଦାଣ କୁ ନେଇ ଶାଢୀରେ ଛାପ ଦେଇଛନ୍ତି କେନ୍ଦୁପାଲିର ସୂକ୍ଷ୍ମସୂତାର କାରିଗର ମଙ୍ଗଲୁ ମେହେର। ଏଥିପାଇଁ ଏହି ବାନ୍ଧଶିଳୀଙ୍କୁ ରାଜ୍ୟ ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗ ତରଫରୁ ପୁରସ୍କୃତ କରିଛନ୍ତି ରାଜ୍ୟ ସରକାର। ଯେଉଁଥି ପାଇଁ ଶାଢ଼ିର ରହିଛି ବେଶ ଚାହିଦା।

Advertisment

publive-image ମଙ୍ଗଲୁ ମେହେର

ବାନ୍ଧକଳା ହସ୍ତତନ୍ତ ଭିତରେ ସମାଜର ବିଭିନ୍ନ ସଂସ୍କୃତି ପରମ୍ପରାକୁ ସ୍ଥାନିତ କରିବାରେ ସିଦ୍ଧହସ୍ତ ଏଠିକାର ବାନ୍ଧଶିଳ୍ପୀ। ଏଭଳି କିଛି କରି ସବୁବେଳେ ଚର୍ଚ୍ଚାରେ ଥାନ୍ତି ବୀରମହାରାଜପୁରର ବାନ୍ଧ କାରିଗର। ପବିତ୍ର କାତିକ ମାସର ପୂର୍ଣ୍ଣମୀ ତିଥିରେ ପାଳନ କରାଯାଏ ବୋଇତ ବନ୍ଦାଣ ଉତ୍ସବ। ନୈାବାଣିଜ୍ୟରେ ସାଧବ ପୁଅମାନେ ଯେତେବେଳେ ଜାଭା, ସୁମାତ୍ରା ବାଲି ଦ୍ବୀପ ଯାଇ ବିଦେଶରେ କିଭଳି ବେପାର ବାଣିଜ୍ୟ କରିବେ ସେନେଇ ସାଧବ ବୋହୂମାନେ ଏହିଦିନ ବନ୍ଦାପନା କରି ବିଦାୟ ଦେଇଥାନ୍ତି। ସେଇଥିପାଇଁ ପାଳନ ହୁଏ ବୋଇତ ବନ୍ଦାଣ ଉତ୍ସବ। ହେଲେ ଧୀରେ ଧୀରେ ଏସବୁ ଲୋପ ପାଇ ଯାଉଥିବାରୁ ଏହାକୁ ଉଜ୍ଜିବିତ କରିବା ପାଇଁ ନିଜ ବାନ୍ଧ କଳାରେ ସ୍ଥାନ ଦେଇଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କେନ୍ଦୁପାଲି ଗାଁର ବାନ୍ଧଶିଳ୍ପୀ ମଙ୍ଗଲୁ ମେହେର।

publive-image ପ୍ରଫୁଲ୍ଲ ମେହେର

ହଜିଯାଉଥିବା ପରମ୍ପରାକୁ ବାନ୍ଧଗୁରୁ ପ୍ରଫୁଲ୍ଲ ମେହେରଙ୍କ ଠାରୁ ଶିକ୍ଷାଲାଭ ପରେ ତିଆରି କରିଛନ୍ତି ବୋଇତ ଶାଢ଼ି ସେ । ନିଖୁଣ ବାନ୍ଧ କଳାର କାରିଗର ବୋଇତ ବନ୍ଦାଣ ଶାଢ଼ି ତିଆରି କରି ରାଜ୍ୟ ସରକାରଙ୍କ ରାଜ୍ୟ ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗ ମଙ୍ଗଲୁ ମେହେରଙ୍କୁ ପୁରସ୍କୃତ କରାଯାଇଛି।  ଏବେ ତାଙ୍କୁ ସବୁଠାରୁ ଛୁଟୁଛି ପ୍ରଶଂସାର ସୁଅ ।ଯାହାକି ତାଙ୍କ ମନୋବଳ ଆହୁରି ବଢିଥିବା କହିଛନ୍ତି ବାନ୍ଧ ଶିଳ୍ପୀ। ଏବିଷୟରେ ମଙ୍ଗୁଲୁ ମେହେର କୁହନ୍ତି, ବାନ୍ଧଶିଳ୍ପୀ ଭାବରେ କେନ୍ଦୁପାଲି ଗାଁର କଳାକାର ସବୁବେଳେ ନୂଆ କିଛି କରିଥାଉ। ଆମେ ଅହରହ ତନ୍ତରେ ବସି ସୂକ୍ଷ୍ମସୂତାରେ ତିଆରି କରିପାଇ ଚେଷ୍ଟା କରିଛୁ। ଗୁରୁ ପ୍ରଫୁଲ୍ଲ ମେହେର ଏହି ଡିଜାଇନ୍ ଦେଇଥିଲେ। ଏଥିପାଇଁ ଆମକୁ ଦେଢ଼ ମାସ ଲାଗିଥିଲା। ପ୍ରଥମେ ସୂତା ଛଡ଼ାଇବା, ତାପରେ ସୂତା ଉଖୁଳାଇବା ତାପରେ କମପୁରା, ଏହାପରେ ବାନ୍ଧ ବାନ୍ଧିବା , ତାପରେ ରଙ୍ଗ, ଏହାପରେ କଣ୍ଡାକର ନରି ଲଗାଇ ପାଟ ଶାଢ଼ି ବୁଣିଥାଉ। ଏହାର ମୂଲ୍ୟ ୩୦ ହଜାର ରଖାଯାଇଛି। ଏଥିପାଇଁ ରାଜ୍ୟ ପୁରସ୍କାର ପାଇଥିବାରୁ ମୁଁ ବହୁତ୍ ଖୁସି ବୋଲି କହିଛନ୍ତି ।
ଗୁରୁ ପ୍ରଫୁଲ୍ଲ ମେହେର ଏହି ଶାଢିଟିରେ ବୋଇତ ବନ୍ଦାଣର ପ୍ରତିଟି ଛବିକୁ ଜୀବନ୍ତ କରି ଛାପଦେବାସହ ଆ.କା.ମା.ବୈ,/ପାନ,ଗୁଆ,ଥୋଇ/ପାନଗୁଆ ତୋର,/ମାସିକ ଧରମ ମୋର , ସାଧବ ବୋହୂଙ୍କ ବୋଇତ ବନ୍ଦାଣ, ନୈାବାଣିଜ୍ୟର ଝଲକ ଆଦି ଶାଢ଼ିରେ ଛାପ ଥିବା ଦେଖିବାକୁ ମିଳିଛି । କେବଳ ସେତିକି ନୂହେଁ ଶାଢିଟି ଦେଖିବାପରେ ନୈାବାଣିଜ୍ୟର ପ୍ରତିଟି କଥାକୁ ମନେପକାଇ ଦେଉଛି । ବୋଇତ ବନ୍ଦାଣରେ ନୈାବାଣିଜ୍ୟର ପ୍ରତିଟି କଥା ଜୀବନ୍ତ ହୋଇଛି ଶାଢ଼ିରେ।