ଉଲୁଣ୍ଡା: ସୁବର୍ଣ୍ଣପୁରଜିଲ୍ଲା ଉଲୁଣ୍ଡା ବ୍ଲକର ପଞ୍ଚମହଲା ଗ୍ରାମପଞ୍ଚାୟତର ଡିଡିମାଲ ଗ୍ରାମର ଶ୍ରମିକମାନଙ୍କୁ ମଜୁରୀ ମିଳୁ ନାହିଁ। ୩୦ ଶ୍ରମିକମାନଙ୍କୁ ପଞ୍ଚାୟତର ଧୂଳଧୁଲା ଗ୍ରାମର ରାସ୍ତାରେ ସ୍ଥାନୀୟ ପିଇଓ କାର୍ତ୍ତିକେଶ୍ୱର ଶତପଥୀ କାମ ଯୋଗାଇ ଦେଇଥିଲେl ଶ୍ରମିକମାନେ ୭ ଦିନ କାମ କରିଛନ୍ତି। ଆଜିକୁ ୧୫ ଦିନ ହେବ ମଜୁରୀ ଟଙ୍କା ପାଇ ପାରି ନାହାଁନ୍ତିl ଆଗରୁ ଡିଡ଼ିମାଲରୁ ଜଗନ୍ନାଥପାଲି ରାସ୍ତା ୭ଦିନ କାମ କରି ଥିଲେ ହେଲେ ପାଉଣା ପାଇ ପାରି ନାହାଁନ୍ତି l
ଶ୍ରମିକମାନେ ୭ ଦିନ କାମ କରିଛନ୍ତି। ଆଜିକୁ ୧୫ ଦିନ ହେବ ମଜୁରୀ ଟଙ୍କା ପାଇ ପାରି ନାହାଁନ୍ତିl ଆଗରୁ ଡିଡ଼ିମାଲରୁ ଜଗନ୍ନାଥପାଲି ରାସ୍ତା ୭ଦିନ କାମ କରି ଥିଲେ ହେଲେ ପାଉଣା ପାଇ ପାରି ନାହାଁନ୍ତି l
ଏନେଇ ଦାୟିତ୍ୱରେ ଥିବା ସୁଶାନ୍ତ ଛତ୍ରିଆଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ହଁ ସୁଫଳ ମିଳିପାରି ନାହିଁl ଏନେଇ ଯନ୍ତ୍ରୀ ସୁଶାନ୍ତ ଛତ୍ରିଆଙ୍କୁ ପଚାରିବାରୁ ସହକାରୀ ଯନ୍ତ୍ରୀ ଛୁଟିରେ ଥିବାରୁ କାମ କରିଥିଲେ ହଁ ତାଙ୍କୁ ପ୍ରାପ୍ୟ ଦେଇ ପାରି ନାହିଁ ବୋଲି କହିଛନ୍ତିl ସହକାରୀ ଯନ୍ତ୍ରୀ ଆସିଲେ ପ୍ରାପ୍ୟ ଦିଆ ଯିବ ବୋଲି ସେ କହିଥିଲେl ଅନ୍ୟପଟେ ଏନେଇ ଜିଲ୍ଲାପାଳଙ୍କୁ ମଧ୍ୟ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଅଭିଯୋଗ କରି ସାରିଛୁ ବୋଲି ପବିତ୍ର ସାହୁ କହିଛନ୍ତି l
Cuttack