ବୀରମହାରାଜପୁର: ଗତକାଲି ପୁରୀରୁ ରଥଯାତ୍ରା ଦେଖି ତପସ୍ଵିନୀ ଏକ୍ସପ୍ରେସରେ ଆସୁଥିବା ବେଳେ ବୀରମହାରାଜପୁର ବ୍ଲକ ପିତାମହୁଲ ପଞ୍ଚାୟତ ବୁଟୁଖମନ୍ ଗ୍ରାମର ସଚ୍ଚିଦାନନ୍ଦ ପ୍ରଧାନ ଓରଫ୍ ବାବୁ ମୃତ୍ୟୁବରଣ କରିଛନ୍ତି। ବିଷ୍ଣୁଚରଣ ପ୍ରଧାନଙ୍କ ପୁଅ ସଚ୍ଚିଦାନନ୍ଦଙ୍କ ବୟସ ୧୭ ବର୍ଷ ବୋଲି ଜଣାଯାଇଛି। ତପସ୍ଵିନୀ ଏକ୍ସପ୍ରେସରୁ ଖସିପଡ଼ି ସେ ମୃତ୍ୟୁବରଣ କରିଛନ୍ତି। ତାଙ୍କ ସାଙ୍ଗରେ ଥିବା ସମ୍ପର୍କୀୟମାନେ ସଚ୍ଚିଦାନନ୍ଦଙ୍କୁ ଗାଁକୁ ଆଣି ଶେଷକୃତ୍ୟ ସମ୍ପନ୍ନ କରିଥିବାର ଖବର ମିଳିଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp