ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଗୁରବାର ଜାତୀୟ ଭୋଟର ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ଏକ ସଚେତନତା ଶୋଭାଯାତ୍ରା କୁଞ୍ଜଛକରୁ ଆରମ୍ଭ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା। ଏହା ପରେ ଜିଲ୍ଲାପାଳଙ୍କ ସମ୍ମଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ବିଶ୍ୱନାଥ ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଜିଲ୍ଲାପାଳ ଦାଶରଥି ଶତପଥୀ ମୁଖ୍ୟ ଅତିଥି, ସିଡିଏମଓ ଡା. ବିଜୟଲକ୍ଷ୍ମୀ ଗୁରୁ ସମ୍ମାନିତ ଅତିଥି ଓ ଶିକ୍ଷାବିତ ହର ପ୍ରସାଦ ରଥ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଥିଲେ। ମତଦାନ ହେଉଛି ଏକ ନୈତିକ ଦାୟିତ୍ୱ ବୋଲି ଅତିଥିମାନେ ମତ ଦେଇଥିଲେ। ଏଥିରେ ଜିଲ୍ଲା କର୍ମ ନିୟୋଜନ ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ବସନ୍ତ ମଂଜରୀ ପହି, ତହସିଲଦାର ମଘବାନ ବାଘ, ଉପକୃଷି ନିର୍ଦ୍ଦେଶକ ପ୍ରଦୀପ ମହାନ୍ତି, ସାହାରା ଟ୍ରଷ୍ଟ ହାଇସ୍କୁଲର ପ୍ରଧାନ ଶିକ୍ଷକ ଗତିକୃଷ୍ଣ ମିଶ୍ର, ଡିଆଇପିଆର୍ଓ ଭୁଜଙ୍ଗ ଭୂଷଣ ରାଓ ପ୍ରମୁଖ ଆଲୋଚନାରେ ଭାଗ ନେଇ ଥିଲେ। ଶେଷରେ ସାମୂହିକ ସଙ୍କଳ୍ପ ପାଠ କରାଯାଇଥିଲା।
ବୌଦ୍ଧ: ବୌଦ୍ଧରେ ଜିଲ୍ଲାସ୍ତରୀୟ ଜାତୀୟ ଭୋଟର ଦିବସ ଗୁରୁବାର ସ୍ଥାନୀୟ ପଞ୍ଚାୟତ କଲେଜ ପରିସରରେ ପାଳିତ ହୋଇଯାଇଛି। ସକାଳେ ଏକ ସାଇକଲ୍୍ ଶୋଭାଯାତ୍ରା ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରୁ ବାହାରି ସହର ପରିକ୍ରମା କରିଥିଲା। ଏଥିରେ ସମସ୍ତ ସ୍କୁଲ କଲେଜର ଛାତ୍ରମାନେ ଯୋଗ ଦେଇଥିଲେ। ପଞ୍ଚାୟତ କଲେଜ ଠାରେ ଜିଲ୍ଲା ପ୍ରଶାସନ ତରଫରୁ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା। ଏଥିରେ ଜିଲ୍ଲାପାଳ ମଧୁସୂଦନ ମିଶ୍ର ଭୋଟର ଦିବସର ମହତ୍ତ୍ୱ ସଂପର୍କରେ ବକ୍ତବ୍ୟ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ତରଣୀସେନ ନାୟକ, ବୌଦ୍ଧ କଲେଜ ଅଧ୍ୟକ୍ଷ ଡମ୍ବରୁଧର ଭୋଇ ଯୋଗ ଦେଇଥିଲେ। ମୁଖ୍ୟବକ୍ତା ଭାବେ ଉପ-ଜିଲ୍ଲାପାଳ ଏନ.ସି. ଜ୍ୟୋତିରଂଜନ ନାୟକ ଯୋଗ ଦେଇ ଭୋଟରଙ୍କ ଅଧିକାର ଓ ଗଣତାନ୍ତ୍ରିକ ଅଧିକାର ସଂପର୍କରେ ବକ୍ତବ୍ୟ ରଖିଥିଲେ। ସହକାରୀ ଜିଲ୍ଲାପାଳ ଯୁଧିଷ୍ଠିର ମେହେର ଅତିଥି ପରିଚୟ ପ୍ରଦାନ କରିଥିଲେ।
ବିଳାସପୁର: ବୌଦ୍ଧ ଜିଲ୍ଲା ସିଦ୍ଧେଶ୍ୱର ବାବା ଆଞ୍ଚଳିକ କନିଷ୍ଠ କଲେଜ ଶଗଡ଼ାରେ ଗୁରୁବାର ଭୋଟର ଦିବସ ପାଳିତ ହୋଇଯଇଛି। ଅଧ୍ୟକ୍ଷା ସୁମିତ୍ରା ଭଟ୍ଟାଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅଧ୍ୟାପକ ଚିନ୍ମୟାନନ୍ଦ ପାତ୍ର ଦିବସରେ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ କହିଥିଲେ। କଲେଜ ସଂପାଦକ ସୁରଥ ମିଶ୍ର ସମସ୍ତ ନାଗରିକ ଭୋଟ ଦେବା ଜରୁରୀ ବୋଲି ପ୍ରକାଶ କରିଥିଲେ। ଅଧ୍ୟାପକ ବିଭୀଷଣ ବସ୍ତିଆ ଧନ୍ୟବାଦ ଦେଇଥିଲେ। ଅଧ୍ୟାପକ ସୁଶୀଳ ପ୍ରଧାନଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀମାନେ ରାଲିରେ ବାହାରି ‘ମତଦାନ ଆମ୍ଭ ମୌଳିକ ଅଧିକାର’ ସଂପର୍କରେ ଲୋକମାନଙ୍କୁ ସଚେତନ କରାଇଥିଲେ।
ବିଭିନ୍ନ ସ୍ଥାନରେ ଜାତୀୟ ଭୋଟର ଦିବସ
/sambad/media/post_attachments/wp-content/uploads/2018/01/sonepur-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)