ନବଜାତକର ମୃତଦେହ ଉଦ୍ଧାର

ସୋନପୁର: ସୋନପୁର ସହର ଘୋଡାଘାଟପଡ଼ା ମହାନଦୀ ଘାଟରୁ ଏକ ନବଜାତ ଶିଶୁ ପୁତ୍ରର ମୃତଦେହ ଉଦ୍ଧାର ହୋଇଛି। ପୁଲିସ ସୂତ୍ରରୁ ପ୍ରକାଶଯେ ଶୁକ୍ରବାର ସକାଳ ୯ଟାରେ ସ୍ଥାନୀୟ ଲୋକେ ଶିଶୁ ପୁତ୍ରରୁ ମୃତ ଦେହ ଦେଖି ପୁଲିସକୁ ଖବର ଦେଇଥିଲେ। ଖବର ପାଇ ସୋନପୁର ପୁଲିସ ଘଟଣାସ୍ଥଳକୁ ଯାଇ ଏକ ନବଜାତ ଶିଶୁପୁତ୍ରର ମୃତ ଦେହ ଉଦ୍ଧାର କରିଛି। ପୁଲିସ ଉକ୍ତ ମୃତଦେହ ଉଦ୍ଧାର କରି ତାର ପଞ୍ଚନାମା ଓ ଶବ ବ୍ୟବଚ୍ଛେଦ କରି ଶବ ଗୃହରେ ରଖିଛି। ଏ ନେଇ ସୋନପୁର ଥାନରେ ଏକ ଅପମୃତ୍ୟୁ ମାମଲା ରୁଜୁ ହେବା ସହ ଘଟଣାର ତଦନ୍ତ ଚାଲିଥିବା ପୁଲିସ କହିଛି। ଏଏସ୍‌ଆଇ ଏକାଦଶିଆ ପ୍ରଧାନ ଏହି ମାମଲାର ତଦନ୍ତ କରୁଛନ୍ତି।

ସମ୍ବନ୍ଧିତ ଖବର