ବୀରମହାରାଜପୁର: ପୁଣି ଅଲୋଡ଼ା ହେଲା ନବଜାତ ଶିଶୁ। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ଥାନା ଅନ୍ତର୍ଗତ ଟେଭାପଦର୍ ଗାଁ ରାସ୍ତାକଡ଼ରୁ ଏକ ନବଜାତ ଶିଶୁ ପୁତ୍ର ଉଦ୍ଧାର ହୋଇଛି। ଜୀବିତ ଅବସ୍ଥାରେ ରାସ୍ତାକଡ଼ରେ କେହି ବ୍ୟାଗ୍ ଭିତରେ ରଖି ଛାଡ଼ି ଦେଇ ଯାଇଥିବା ସୂଚନା ମିଳିଛି। ଶିଶୁପୁତ୍ରକୁ ଗାଁର ଭାନୁମତୀ ବାଘ ନାମକ ଜଣେ ମହିଳା ଉଦ୍ଧାର କରି ବୀରମହାରାଜପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ଡାକ୍ତର ପରୀକ୍ଷାନିରୀକ୍ଷା ପରେ ଶିଶୁର ଅବସ୍ଥା ଠିକ୍ ନଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି।
ବୀରମହାରାଜପୁର: ରାସ୍ତାକଡ଼ରୁ ନବଜାତ ଶିଶୁପୁତ୍ର ଉଦ୍ଧାର
/sambad/media/post_attachments/wp-content/uploads/2023/10/Untitled-3.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)