ଡୁଙ୍ଗୁରିପାଲି: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ତମାମୁରା ଗାଁର ଜଗବନ୍ଧୁ ଥପା ଓ ସ୍ତ୍ରୀ ଗୁର ଥପା ଅତ୍ୟନ୍ତ ଗରିବ ଶ୍ରେଣୀର। ଜମିବାଡ଼ି ନାହିଁ କି ନିଜର ଘରଖଣ୍ଡେ ନାହିଁ। ୧୦ ବର୍ଷ ହେଲା ପୂର୍ବ ସରପଞ୍ଚ ବୃନ୍ଦାବନ ହୋତାଙ୍କ ଘରେ ରହୁଛନ୍ତି। ଏକ ମାତ୍ର ଝିଅ ବାହା ଦେଇ ସାରିଛନ୍ତି। ବୟସ ଥିବା ବେଳେ କାମ ଧନ୍ଦା କରି ଚଳୁଥିଲେ। ଗତ ୧୦ ବର୍ଷ ହେଲା ବାର୍ଦ୍ଧକ୍ୟ ଯୋଗୁଁ ଉଭୟେ ଆଉ କାମ କରି ପାରୁନାହାନ୍ତି। ମିଳୁଥିବା ଜଗବନ୍ଧୁଙ୍କୁ ମିଳୁଥିବା ଭତ୍ତା ୫ଶହ ଟଙ୍କା ଓ ରାସନ କାର୍ଡରୁ ମିଳୁଥିବା ଖାଦ୍ୟ ସାମଗ୍ରୀକୁ ନେଇ କୌଣସି ମତେ ଚଳି ଯାଉଛନ୍ତି। ସ୍ତ୍ରୀ ଗୁରୁଙ୍କୁ ଏଯାଏଁ ବାର୍ଦ୍ଧକ୍ୟ ଭତ୍ତା ମିଳି ନାହିଁ। ତେବେ ଗୁରଙ୍କୁ ଭତ୍ତା ଓ ଏହି ଅସହାୟ ପରିବାରଙ୍କୁ ଘରଟିଏ ପାଇଁ ସେ ସରପଞ୍ଚଙ୍କଠାରୁ ବିଡିଓଙ୍କ ପର୍ଯ୍ୟନ୍ତ ଗୁହାରି କରିଥିଲେ ବି କେହି ଶୁଣୁନଥିବା ଏହି ବୃଦ୍ଧ ଦମ୍ପତି ଅଭିଯୋଗ କରିଛନ୍ତି। ଜିଲ୍ଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବାକୁ ଦାବି ହେଉଛି।
ଓଳିଏ ଖାଇ ପର ଘରେ ଜୀବନ ବିତାଉଛନ୍ତି ବୃଦ୍ଧ ଦମ୍ପତି
/sambad/media/post_attachments/wp-content/uploads/2018/08/sonepurwe.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)