ଦେହରେ କିରାସିନି ଢ଼ାଳି ବୃଦ୍ଧାଙ୍କ ଆତ୍ମହତ୍ୟା

ରାଉରକେଲା: ଦେହରେ କିରାସିନ ଢ଼ାଳି ସେକ୍ଟର-୮ ବି ବ୍ଲକରେ ଜଣେ ବୃଦ୍ଧା ଆତ୍ମହତ୍ୟା କରିଛନ୍ତି। ମୃତ ବୃଦ୍ଧା ଜଣକ ହେଲେ ମନୋରମା ଦେବୀ (୭୦)। ଆଜି ସକାଳେ ଘରେ ନିଜ ଶୋଇବା ଘରେ ଭିତରକୁ ପଟୁ କବାଟ ବନ୍ଦ କରି ଦେହରେ କିରାସିନ ଢ଼ାଳି ନିଆଁ ଲଗାଇଥିଲେ। ତାଙ୍କ ଦେହରେ ପ୍ରାୟ ୮୦ ପ୍ରତିଶତ ପୋଡ଼ିଯାଇଥିଲା। ଗୁରୁତର ଅବସ୍ଥାରେ ପରିବାର ଲୋକ ଉଦ୍ଧାର କରି ଚିକିତ୍ସା ପାଇଁ ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ୍‌)ରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେକ୍ଟର-୭ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ମର୍ଗ ରଖିବା ସହ ଘଟଣାର ତଦନ୍ତ ଜାରି ରଖିଛି। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି। ପାରିବାରିକ କହଳକୁ ନେଇ ବୃଦ୍ଧା ମନୋରମା ଆତ୍ମହତ୍ୟା ଥାଇ ପାରିନ୍ତି ବୋଲି ଅନୁମାନ କରାଯାଉଛି। ତଦନ୍ତ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର