ସୋନପୁର: ଜଣେ ବୃଦ୍ଧଙ୍କୁ ମାଡ ମାରି ମୁଣ୍ଡ ଫଟାଇବା ସହିତ ଜୀବନରେ ମାରି ଦେବାର ଧମକ ନେଇ ବୀରମହାରାଜପୁର ଥାନାରେ ଗତ ୧୦ ତାରିଖ ଦିନ ଅଭିଯୋଗ ହୋଇଥିଲା। ଘଟଣାର ୬ ଦିନ ପରେ ମଧ୍ୟ ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ବିଫଳ ହୋଇଛି। ଏହାକୁ ନେଇ ସଂପୃକ୍ତ ବୃଦ୍ଧ ଏବଂ କେତେକ ଗ୍ରାମବାସୀ ଏସ୍ପିଙ୍କ ଦ୍ୱାରସ୍ଥ ହେବା ସହ ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି।
ମିଳିଥିବା ସୂଚନାରୁ ଜଣାପଡିଛି ଯେ ବୀରମହାରାଜପୁର ଥାନା ଅନ୍ତର୍ଗତ ରକ୍ସା ଗ୍ରାମର ସର୍ବେ ବାଘ(୭୮) ରକ୍ସା ନୁନିବାଇ ଛକରେ ଗ୍ରାମପଂଚାୟତ ତରଫରୁ ଖୋଲାଯାଇଥିବା ଜଳଛତ୍ରରେ ରହି ପାଣି ଦେଇଥାନ୍ତି। ଗତ ୧୦ ତାରିଖ ଦିନ ସାଢ଼େ ୧୨ଟାରେ ରକ୍ସା ଗ୍ରାମର ଭାଗୀରଥି ଭୋଇ ଏବଂ ସୁଦର୍ଶନ ମହାନନ୍ଦିଆ ଜଳଛତ୍ର ନିକଟକୁ ଆସି ପିଇବା ପାଇଁ ପାଣି ମାଗିଥିଲେ। କିନ୍ତୁ ବୃଦ୍ଧ ସର୍ବେ ଖାଇ ବସିଥିବାରୁ ଟିକେ ଅପେକ୍ଷା କରିବାକୁ କହିଥିଲେ। ଏଥିରେ ରାଗି ଯାଇ ଭାଗୀରଥି ଏବଂ ସୁଦର୍ଶନ ବୃଦ୍ଧଙ୍କୁ ବାଡ଼ିରେ ମାଡ଼ ମାରିବା ସହିତ ଜଳଛତ୍ରରେ ଥିବା ମାଠିଆ ଭାଙ୍ଗି ଦେଇଥିଲେ। ମାଡ଼ ଯୋଗୁଁ ବୃଦ୍ଧଙ୍କ ମୁଣ୍ଡ ଫାଟିଯାଇଛି।
ଏ ନେଇ ବୀରମହାରାଜପୁର ଥାନାରେ ଗତ ୧୦ ତାରିଖ ଦିନ ସର୍ବେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ବୀରମହାରାଜପୁର ଥାନାରେ ଏକ ମାମଲା ରୁଜୁ ହୋଇଥିଲେ ମଧ୍ୟ ପୁଲିସ ଆଜି ପର୍ଯ୍ୟନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିପାରିନାହିଁ। ସଂପୃକ୍ତ ବୃଦ୍ଧ ଏବଂ କିଛି ଗ୍ରାମବାସୀଙ୍କ କହିବା ଅନୁଯାୟୀ ଅଭିଯୁକ୍ତମାନେ ଗ୍ରାମରେ ବୁଲୁଥିଲେ ମଧ୍ୟ ପୁଲିସ ଜାଣିଶୁଣି ସେମାନଙ୍କୁ ଗିରଫ କରୁନଥିବାରୁ ଆଜି ଏ ସଂପର୍କରେ ଏସ୍ପିଙ୍କୁ ଭେଟି ଲିଖିତ ଭାବେ ଜଣାଇଛନ୍ତି।
ବୃଦ୍ଧଙ୍କୁ ମାଡମାରିବା ଘଟଣା :୬ ଦିନ ପରେ ବି ପୁଲିସର ହାତ ଖାଲି, ଏସ୍ପିଙ୍କ ଦ୍ୱାରସ୍ଥ
/sambad/media/post_attachments/wp-content/uploads/2018/05/sonepur.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)